ଓଡିଶା

odisha

ETV Bharat / city

କଳାବ୍ୟାଚ ପିନ୍ଧି ଷ୍ଟାଇପେଣ୍ଟ ଦାବି କଲେ ହାଉସ ସର୍ଜନ ଡାକ୍ତର ସଂଘ

ଷ୍ଟାଇପେଣ୍ଟ ପ୍ରଦାନ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ...

ଷ୍ଟାଇପେଣ୍ଟ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘର ବିକ୍ଷୋଭ ପ୍ରଦର୍ଶନ
ଷ୍ଟାଇପେଣ୍ଟ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘର ବିକ୍ଷୋଭ ପ୍ରଦର୍ଶନ

By

Published : Aug 20, 2021, 10:27 AM IST

ବ୍ରହ୍ମପୁର:ଷ୍ଟାଇପେଣ୍ଟ ପ୍ରଦାନ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏମ୍.କେ.ସି.ଜି ମେଡିକାଲ ୨୦୧୬ -୨୧ ବ୍ୟାଚର ୨୫୦ ଜଣ ହାଉସସର୍ଜନ ବିଗତ ଦୁଇ ମାସ ହେଲା କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ଷ୍ଟାଇପେଣ୍ଟ ଦିଆଯାଇନଥିବା ଅଭିଯୋଗକରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ଷ୍ଟାଇପେଣ୍ଟ ଦାବିରେ ହାଉସ ସର୍ଜନ ଡାକ୍ତର ସଂଘର ବିକ୍ଷୋଭ ପ୍ରଦର୍ଶନ

ଏ ନେଇ ସଂଘ ପକ୍ଷରୁ ମେଡିକାଲ ଫାଟକ ସମ୍ମୁଖରେ କଳାବ୍ୟାଚ୍ ପରିଧାନ କରି ବିକ୍ଷୋଭ କରାଯିବା ସହିତ ମାସିକ ସାଇପେଣ୍ଟ ପ୍ରଦାନ ଦାବି କରିଥିଲେ ବିକ୍ଷୋଭକାରୀ । ଏହି ଅବସରରେ ମେଡିକାଲର ଅଧିକ୍ଷକଙ୍କୁ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ସଂଘର ସଭାପତି ଆଶିଷ କୁମାର ମହାପାତ୍ରଙ୍କ ସମେତ ସଂଘର ବହୁ ସଦସ୍ୟ ବିକ୍ଷୋଭରେ ସାମିଲ ହୋଇଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details