ଓଡିଶା

odisha

ETV Bharat / city

ବିଧାନସଭା ସଦାଚାର କମିଟିର ବ୍ରହ୍ମପୁର ଗସ୍ତ ,୧୦ଟି ଜିଲ୍ଲାର କାର୍ଯ୍ୟକୁ ନେଇ ସମୀକ୍ଷା - house committee

ବ୍ରହ୍ମପୁର ଗସ୍ତ କରି ଦକ୍ଷିଣାଞ୍ଚଳ 10ଟି ଜିଲ୍ଲାର ଉଚ୍ଚପଦାଧିକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଅଧିକ ପଢନ୍ତୁ...

ବିଧାନସଭା ସଦାଚାର କମିଟିର ବ୍ରହ୍ମପୁର ଗସ୍ତ ,୧୦ଟି ଜିଲ୍ଲାର କାର୍ଯ୍ୟକୁ ନେଇ ସମୀକ୍ଷା
ବିଧାନସଭା ସଦାଚାର କମିଟିର ବ୍ରହ୍ମପୁର ଗସ୍ତ ,୧୦ଟି ଜିଲ୍ଲାର କାର୍ଯ୍ୟକୁ ନେଇ ସମୀକ୍ଷା

By

Published : Jan 10, 2020, 3:14 AM IST

ବ୍ରହ୍ମପୁର:ବିଧାନସଭା ସଦାଚାର କମିଟି (ଏଥିକସ୍ କମିଟି ) ପକ୍ଷରୁ ବ୍ରହ୍ମପୁର ଗସ୍ତ କରି ଦକ୍ଷିଣାଞ୍ଚଳ 10ଟି ଜିଲ୍ଲାର ଉଚ୍ଚପଦାଧିକାରୀଙ୍କ ସହିତ ଜନପ୍ରତିନିଧିଙ୍କ ଅଭିଯୋଗ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ସମୀକ୍ଷା କରାଯାଇଥିଲା ।

ବିଧାନସଭା ସଦାଚାର କମିଟିର ବ୍ରହ୍ମପୁର ଗସ୍ତ ,୧୦ଟି ଜିଲ୍ଲାର କାର୍ଯ୍ୟକୁ ନେଇ ସମୀକ୍ଷା

ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟତଃ ବିଧାନସଭା ପ୍ରଣୀତ ବୁକ୍ ସର୍କୁଲାର-47 ଅନୁଯାୟୀ ଜନପ୍ରତିନିଧିଙ୍କ ଚିଠି ପହଞ୍ଚିବା କ୍ଷଣି ତାର ତୁରନ୍ତ ପ୍ରାପ୍ତି ସ୍ବୀକାର ପ୍ରଦାନ କରାଯିବ । ଏଥିପାଇଁ ଜିଲ୍ଲାସ୍ତରରୁ ଆରମ୍ଭ କରି ନିମ୍ନସ୍ତର ପ୍ରର୍ଯ୍ୟନ୍ତ ଉପଯୁକ୍ତ କାର୍ଯ୍ୟାଳୟରେ ଜଣେ ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କୁ ସମନ୍ବୟକାରୀ ଭାବେ ନିଯୁକ୍ତ କରାଯିବ ।

ସେହିପରି ପ୍ରତ୍ୟେକ ମାସର ଏକ ତାରିଖ ଓ ପନ୍ଦର ତାରିଖରେ ଜିଲ୍ଲାର କାର୍ଯ୍ୟାଳୟ ଗୁଡିକରେ ଜନପ୍ରତିନିଧିଙ୍କ ଚିଠି ଗୁଡିକର ସମୀକ୍ଷା ହେବ । ଚିଠିର ସର୍ବଶେଷ ଉତ୍ତର ଦେବା ସମ୍ଭବ ନହେଲେ ଅନ୍ତରୀଣ ଉତ୍ତର ପ୍ରଦାନ କରାଯିବ । ନିର୍ବାଚନ ମଣ୍ଡଳୀର ପ୍ରତେକ ଉନ୍ନୟନ କାର୍ଯ୍ୟର ତାଲିକା ଜନପ୍ରତିନିଧିଙ୍କୁ ପ୍ରଦାନ କରାଯିବ । ନିର୍ବାଚନମଣ୍ଡଳୀ ଉନ୍ନୟନ କମିଟି ବୈଠକ ପ୍ରତି ତିନି ମାସ ଅନ୍ତରରେ ଅନୁଷ୍ଠିତ ହେବ ।

ବୈଠକର ବିବରଣୀ ପ୍ରତେକ ସଦସ୍ୟ ଓ ନ୍ୟସ୍ତଥିବା ବିଭାଗ ଅଧିକାରୀଙ୍କୁ ପ୍ରଦାନ ହେବ । ପ୍ରତ୍ୟେକ ବିଭାଗର ମୁଖ୍ୟ ଜିଲ୍ଲାସ୍ତରୀୟ ଆହୂତ ବୈଠକରେ ଉପସ୍ଥିତ ରହିବେ । ଏକାଧିକବାର ଅନୁପସ୍ଥିତ ରହିଲେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯିବ । ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଅଧିନ ଜିଲ୍ଲାଗୁଡିକର ପଦବୀ ପୂରଣ ପାଇଁ ଅଗ୍ରାଧିକାର ଦିଆଯିବ । କେବିକେ ଏବଂ ସମ୍ପପ୍ରସାରିତ କେବିକେ ଜିଲ୍ଲା ଗୁଡିକରେ କର୍ମଚାରୀ ବଦଳି ହେଲେ ତାଙ୍କର ପ୍ରତିବଦଳ କର୍ମଚାରୀ ଏଠାରେ ଯୋଗଦାନ କରିବା ପରେ ସଂପୃକ୍ତ କର୍ମଚାରୀଙ୍କୁ ଦାୟିତ୍ବ ଅନ୍ତର କରାଯିବ ।
ସଦାଚାର କମିଟି ଅନ୍ତର୍ଭୁକ୍ତ ଚିଠି ଗୁଡିକର ଉତ୍ତର ପ୍ରଦାନ ବ୍ୟବସ୍ଥା ସଂକ୍ରାନ୍ତରେ ବିଚାର କରାଯିବ ବୋଲି ଅଧ୍ୟକ୍ଷ ମତପ୍ରକାଶ କରିଥିଲେ । ବୈଠକରେ କମିଟିର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବିଧାୟକ ଅରବିନ୍ଦ ଢାଲି, ଭୂପିନ୍ଦର ସିଂ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ କୁମାର ଅମାତ, କିଶୋର କୁମାର ମହାନ୍ତି, ପ୍ରଫୁଲ ସାମଲ, ଅଶ୍ବନୀ କୁମାର ପାତ୍ର, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ଶଙ୍କର ଓରାମ, ଗଣେଷ ରାମ ସିଂ ଖୁଣ୍ଟିଆ ପ୍ରଭୃତି ଯୋଗ ଦେଇଥିଲେ । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଆମନ୍ତ୍ରିତ ସଦସ୍ୟ ଭାବେ ଯୋଗ ଦେଇଥିଲେ ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି.ଆଓଙ୍କ ଆବାହକତ୍ବରେ ଭିଡିଓ କନଫରସିଙ୍ଗ୍ ମାଧ୍ୟମରେ ଏଥିରେ ଅଂଶଗ୍ରହଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details