ଓଡିଶା

odisha

ETV Bharat / city

ନବୀନଙ୍କ ଇସ୍କକୁ ନେଇ ଆଶା ଆଶଙ୍କାରେ ହିଞ୍ଜିଳି

ହିଞ୍ଜିଳିବାସୀଙ୍କ ମନରେ ନବୀନ ଛନକା । ଘାରିଛି ନବୀନଙ୍କୁ ହରାଇବାର ଭୟ । ବିଜେପୁର ଚାଲିଯିବେନି ତ ନବୀନ । ଏଭଳି କିଛି ଆଶା ଆଶଙ୍କାରେ ହିଞ୍ଜିଳିବାସୀ ।

ଡିଜାଇନ ଫଟୋ

By

Published : Mar 29, 2019, 9:04 PM IST

ବ୍ରହ୍ମପୁର: କ’ଣ କହୁଛି ହିଞ୍ଜଳି ? ବଦଳିଯିବ କି ଏଠାକାର ଭୋଟରଙ୍କ ମାନସିକତା ? ଶିକ୍ଷା, ସ୍ବାସ୍ଥ୍ୟ, କୃଷିଠୁ ଆରମ୍ଭ କରି ଗମନାଗମନା, ନବୀନଙ୍କ 4ଟି ଟର୍ମରେ ହୋଇଛି, ବହୁ ଉନ୍ନତି, ସର୍ବାଙ୍ଗୀନ ବିକାଶ । 2 ଦଶନ୍ଧି ଧରି ଓଡିଶାକୁ ମୁଖ୍ୟମନ୍ତ୍ରୀ ଦେଇଛି 131 ନମ୍ବର ବିଧାନସଭା ଆସନ ହିଞ୍ଚିଳି । ହେଲେ ଏବେ 2 ନମ୍ବର ବିଧାନସଭା ଆସନ ବିଜେପୁରରୁ ମଧ୍ୟ ପ୍ରାର୍ଥୀ ହେଉଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଇସ୍କ 2 ହିଁ 2 ! 131 ଆସନ୍ ପାଇଁ ନାହିଁ ସିଏମଙ୍କ 143 । ଏଭଳି କିଛି ଆଶା, ଆଶଙ୍କାରେ ହିଞ୍ଜିଳବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଅଭିଯୋଗ ତ ହେଉଛି, ଏବେବି ପାନୀୟ ଜଳର ଅଭାବ ରହିଛି । ଶୀତଳଭଣ୍ଡାର, ମହିଳା ମହାବିଦ୍ୟାଳୟର ଆବଶ୍ୟକତା ରହିଛି । ଝୁମ୍ପୁଡି ଘରେ ଲୋକ ଦିନ କାଟୁଛନ୍ତି । ବାଉଁଶ କାରିଗରଙ୍କ କୌଣସି ସୁବିଧା ହୋଇନି । ହେଲେ ପ୍ରିୟ ନେତାଙ୍କୁ ହାତଛଡା କରିବାକୁ ଚାହୁଁନି ହିଞ୍ଜିଳି । ବହୁ ଲୋକଙ୍କ ବିଶ୍ବାସ, ତାଙ୍କ ପ୍ରିୟ ନେତା ସମାସ୍ୟାର ସମାଧାନ କରିବେ ନିଶ୍ଚୟ ।

ସରିଛି ସ୍କୃଟିନି । ଏବେ ହିଞ୍ଜିଳି ମଇଦାନରେ 9 ପ୍ରାର୍ଥୀ । ହେଲେ ଭୋଟରଙ୍କ ମନରେ ନବୀନ ଛନକା । ନବୀନ କାହାର, ହିଞ୍ଜିଳି ନା ବିଜେପୁର ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details