ଓଡିଶା

odisha

ନୂଆବର୍ଷ: ବନ୍ଧୁ ପରିଜନକୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲଦୋକାନରେ ଭିଡ

By

Published : Jan 1, 2020, 2:50 PM IST

ନବ ବର୍ଷକୁ ନେଇ ଚଳଚଞ୍ଚଳ ଗାଁ ଠୁ ସହର । ନିଜର ବନ୍ଧୁ ଓ ପରିଜନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇବା ପାଇଁ ଫୁଲ ଦୋକାନରେ ପ୍ରବଳ ଭିଡ । ଅଧିକ ପଢନ୍ତୁ...

flower shop
ନବବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଫୁଲଦୋକାନରେ ଭିଡ

ବ୍ରହ୍ମପୁର: ଆସିଛି ନବବର୍ଷ । ଏନେଇ ସବୁଆଡେ ଉତ୍ସାହର ମାହୋଲ । ଏହି ଦିନ ଓ ଆସନ୍ତା ଦିନ ଗୁଡିକ କିପରି ଭଲରେ ଓ ସୁଖରେ କଟିବ ସେନେଇ ସମସ୍ତେ ପ୍ରଭୁ କୃପା ଲାଭ କରିବା ପାଇଁ ଦେବାଳୟ ଯାଉଛନ୍ତି । ଆଉ କିଏ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତ ବନ୍ଧୁ ପରିଜନକୁ ଶୁଭେଚ୍ଛା ଜଣାଇ ମିଠା ଖୁଆଇ ଫୁଲ ତୋଡା ଦେଉଛନ୍ତି ।
ତେବେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ । ସକାଳୁ ସକାଳୁ ସହରର ବିଭିନ୍ନ ଫୁଲ ଦୋକାନରେ ଲାଗି ରହିଛି ଭିଡ । କିଏ ନିଜ କାର୍ଯ୍ୟାଳୟର ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲତୋଡା ପ୍ରଦାନ କରୁଛି ତ ଆଉ କିଏ ନିଜର ସାଥୀଙ୍କ ପାଇଁ କ୍ରୟ କରି ନେଉଛନ୍ତି ଫୁଲତୋଡା ।

ନବବର୍ଷର ଶୁଭେଚ୍ଛା ଜଣାଇବା ପାଇଁ ଫୁଲଦୋକାନରେ ଭିଡ

କାରଣ ଫୁଲ ହେଉଛି ଏପରି ଗୋଟେ ଜିନିଷ ଯାହାକୁ ଦେଖିବା ମାତ୍ରେ ଲୋକ ତାର ସମସ୍ତ ଦୁଃଖ ଓ କଷ୍ଟକୁ କ୍ଷଣିକ ଭିତରେ ଭୁଲିଯାଇଥାଏ । ଆଉ ଏହି ନିର୍ଜିବ ଫୁଲ ମଣିଷର ଅଶାନ୍ତ ମନରେ ଶାନ୍ତି ଭରିଦିଏ । ତେଣୁ ଆଜିର ଏହି ଖୁସିର ଦିନରେ ଫୁଲର ଚାହିଦା ବେଶ ଅଧିକ ରହିଛି । ଯାହାକୁ ନେଇ ଦୋକାନ ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଯେଉଁଥିପାଇଁ ଫୁଲ ଦରରେ ସାମାନ୍ୟ ବୃଦ୍ଧି ପରିଲିକ୍ଷିତ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

TAGGED:

flower shop

ABOUT THE AUTHOR

...view details