ଓଡିଶା

odisha

ETV Bharat / city

ଗଞ୍ଜାମରେ ବର୍ଷା ବିତ୍ପାତ, ପଳାଶପୁରରେ ଧୋଇଗଲା ସେତୁ

ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଘୁଚାପଜନିତ ବର୍ଷା ପରେ ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ 326 ନଂ ଜାତୀୟ ରାଜପଥ ପଳାଶପୁର ନିକଟସ୍ଥ ଏକ ନିର୍ମାଣଧିନ ସେତୁ ଭାସିଯାଇଛି। ଅଧିକ ପଢ଼ନ୍ତୁ...

By

Published : Oct 14, 2020, 7:20 AM IST

ଗଞ୍ଜାମରେ ବର୍ଷା ବିତ୍ପାତ, ପଳାଶପୁରରେ ଧୋଇଗଲା ସେତୁ
ଗଞ୍ଜାମରେ ବର୍ଷା ବିତ୍ପାତ, ପଳାଶପୁରରେ ଧୋଇଗଲା ସେତୁ

ବ୍ରହ୍ମପୁର: ଲଗାଣ ବର୍ଷାରେ ବେହାଲ ଗଞ୍ଜାମ ଜିଲ୍ଲା। ପ୍ରବଳ ବର୍ଷା ଯୋଗୁଁ ଘୋଡ଼ାହାଡ ନଦୀବନ୍ଧର ଉପରମୁଣ୍ଡରେ ବନ୍ୟାଜଳର ପ୍ରଖର ସ୍ରୋତ ପ୍ରବାହିତ ହେଉଛି। ଫଳରେ ସାନଖେମୁଣ୍ଡି ବ୍ଲକ ଅଧିନସ୍ଥ 326 ନଂ ଜାତୀୟ ରାଜପଥ ପଳାଶପୁର ନିକଟବର୍ତ୍ତୀ ନିର୍ମାଣାଧୀନ ପୋଚକା ନାଳ ସେତୁ ଭାସିଯାଇଥିବା ସୂଚନା ମିଳିଛି ।

ସେତୁ ଭାସିଯିବାପରେ ବର୍ତ୍ତମାନ ଦିଗପହଣ୍ଡି, ଶେରଗଡ଼ ଆସିକା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଉପରମୁଣ୍ଡରେ ଥିବା ରଘୁନାଥ ସାଗର ଜଳଭଣ୍ଡାର, ଗଙ୍ଗାପୁର ଓ ଜିଉରା ଅଞ୍ଚଳରେ ଜଳ ସ୍ରୋତ ବୃଦ୍ଧି ପାଇଛି। ଫଳରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଗଞ୍ଜାମ ଗଜପତି ସମେତ ଆଖପାଖ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଜଳସ୍ତର କମିବା ପରେ ଏହି ସଂଯୋଗ ରାସ୍ତା ମରାମତି ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ନେଇ ସ୍ଥାନୀୟ ପ୍ରଶାସନ ସୂଚନା ଦେଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details