ବ୍ରହ୍ମପୁର: କୋରୋନା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ତମାମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସମେତ ପାଞ୍ଚୋଟି ବ୍ଲକ ହେଡକ୍ବାର୍ଟରରେ ଘରକୁ ଘର ବୁଲି ସ୍କ୍ରିନିଂ କାର୍ଯ୍ୟ କରାଯାଇଛି । ଜିଲ୍ଲାରେ ଏଥିପାଇଁ ୨୦୦ଟି ଡାକ୍ତରୀ ଟିମ ନିୟୋଜିତ ହୋଇଛନ୍ତି ।
ବ୍ରହ୍ମପୁର ମହାନଗର ନିଗମ ସମେତ ସମସ୍ତ ସହରାଞ୍ଚଳରେ ଘରକୁ ଘର ବୁଲି ପରିବାରର ସମସ୍ତ ସଦସ୍ୟଙ୍କ ଟିମ ଥର୍ମାଲ ସ୍କ୍ରିନିଂ ସହିତ ପଲସ ଅକ୍ସିମିଟର ଯେଉଁଥିରେ ଅକ୍ସିଜେନ ଓ ପଲସ ଯାଞ୍ଚ କରିଥିଲେ । ମୁଖ୍ୟତଃ ସହରାଞ୍ଚଳରେ ଏହି ସ୍କ୍ରିନିଂ ସମୟରେ କୋରୋନା ଲକ୍ଷଣ ଦେଖାଯାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରିବା ସହ କେଉଁମାନେ ମଧୁମେୟ , ରକ୍ତଚାପ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ତାହାର ତାଲିକା ପ୍ରସ୍ତୁତ କରି ପରବର୍ତ୍ତୀ ସମୟରେ ଏହାର ଟେଲି ମେଡିସନ ମାଧ୍ୟମରେ ଚିକିତ୍ସା ହୋଇପାରିବ ତାହାର ତାଲିକା ପ୍ରସ୍ତୁତ କରିବା ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି ।