ଓଡିଶା

odisha

ETV Bharat / city

ବ୍ରହ୍ମପୁରର ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା - ବ୍ରହ୍ମପୁରରରେ ସ୍ବାସ୍ଥ୍ୟ ପରୀକ୍ଷା

ବ୍ରହ୍ମପୁର ସହରରେ ହୋଇଥିବା ଡୋର ଟୁ ଡୋର ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମରେ ପ୍ରାୟ ୫୭ ହଜାର ପରିବାର ନିକଟରେ ସ୍ବାସ୍ଥ୍ୟ ବିଭାଗର ଟିମ ପହଞ୍ଚିଥିବାବେଳେ ମୋଟ ୨ ଲକ୍ଷ ୨୯ ହଜାର ୪୪୫ ଜଣଙ୍କୁ ସ୍କ୍ରିନିଙ୍ଗ କରାଯାଇଛି । ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍କିନିଙ୍ଗ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବ୍ରହ୍ମପୁରର ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା
ବ୍ରହ୍ମପୁରର ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା

By

Published : Jul 14, 2020, 7:01 AM IST

ବ୍ରହ୍ମପୁର: ଗତ ପାଞ୍ଚ ଦିନ ଧରି ବ୍ରହ୍ମପୁର ସହରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପାଇଁ ସର୍ଟଡାଉନ ସମୟରେ ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍କିନିଙ୍ଗ କାର୍ଯ୍ୟକ୍ରମ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ରହ୍ମପୁର ସହରରେ ହୋଇଥିବା ଡୋର ଟୁ ଡୋର ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମରେ ପ୍ରାୟ ୫୭ ହଜାର ପରିବାର ନିକଟରେ ସ୍ବାସ୍ଥ୍ୟ ବିଭାଗର ଟିମ ପହଞ୍ଚିଥିବାବେଳେ ମୋଟ ୨ ଲକ୍ଷ ୨୯ ହଜାର ୪୪୫ ଜଣଙ୍କୁ ସ୍କ୍ରିନିଙ୍ଗ କରାଯାଇଛି । ଏଥିମଧ୍ୟରେ ୩୩୮ ଜଣଙ୍କ ଜ୍ବର, କାଶ, ଛିଙ୍କ ଭଳି ଲକ୍ଷଣ ଚିହ୍ନଟ କରାଯାଇଥିବାବେଳେ ସେଥିରୁ ୬୮ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ୍ କେୟାରକୁ ପଠାଯାଇଛି ।

ବ୍ରହ୍ମପୁରର ୬୫ ପ୍ରତିଶତ ପରିବାରରେ ଶେଷ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା

ସେହିପରି ଏହି ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ସହରରେ ମଧୁମେୟ, ଉଚ୍ଚ ରକ୍ତଚାପ, ହୃଦରୋଗ, କେନସର ଭଳି ବିଭିନ୍ନ ରୋଗ ରହିଥିବା ପ୍ରାୟ ୬ ହଜାର ଦୁଇ ଶହ ଜଣଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ ଏଭଳି ରୋଗ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ କୋରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥିବାରୁ ଏମାନଙ୍କର ନିୟମିତ ଭାବରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ସହରରେ ୧୧୫ ଜଣ କୋଭିଡ ମନିଟର ନିଯୁକ୍ତ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିଶନର ।

କମିଶନର ଚକ୍ରୱତି ସିଂ ରାଠୋର ଗଣମାଧ୍ୟମକୁ ସୂଚନା ଦେବା ଅବସରରେ କହିଛନ୍ତି, ଏଭଳି ରୋଗ ରହିଥିବା ବ୍ୟକ୍ତିଙ୍କୁ ନିୟମିତ ଭାବରେ ଶରୀରର କେତେ ତାପମାତ୍ରା ରହିଛି, ଶରୀରର ଅକ୍ସିଜେନର ମାତ୍ରା କେତେ ଅଛି, ଏହାକୁ ଅନୁଧ୍ୟାନ କରାଯିବାକୁ ଯୋଜନା କରାଯାଇଛି । ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ମହାନଗର ନିଗମର ୬୫ ପ୍ରତିଶତ ପରିବାରର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବାବେଳେ ଏହା ଆଗାମୀ ଦୁଇ ଦିନ ଧରି ଜାରି ରହିବ ବୋଲି କୁହାଯାଇଛି ।

ସହରରେ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା ତଥା ସ୍କ୍ରିନିଙ୍ଗ କରାଯିବା ପରେ ପ୍ରଶାସନ ପକ୍ଷରୁ ଏନେଇ ଏକ ସ୍ବତନ୍ତ୍ର ଟେଲିଫୋନ ନମ୍ବର ଜାରି କରାଯିବ । ଏହି ନମ୍ବରର ମାଧ୍ୟମରେ ଯଦି କୌଣସି ଅଞ୍ଚଳରେ ସ୍ବାସ୍ଥ୍ୟ ଟିମ ପହଞ୍ଚି ପାରିନାହାଁନ୍ତି କିମ୍ବା ପୁନଃ ସ୍ବାସ୍ଥ୍ୟ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଛି ତାହା ଜଣାପଡିବା ପରେ ପୁଣି ଥରେ ସେହି ଅଞ୍ଚଳରେ ସ୍କ୍ରିନିଙ୍ଗ୍ କରାଯିବ ବୋଲି କୁହାଯାଇଛି । ମୁଖ୍ୟତଃ ଲକଡାଉନ ସମୟରେ ଅଧିକୁ ଅଧିକ ପରିବାରକୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details