ଓଡିଶା

odisha

ETV Bharat / city

ହନୁମାନ ପଇସା ଦେଇ ଠକେଇ ଉଦ୍ୟମ ପଣ୍ଡ, 7 ଗିରଫ

ହନୁମାନ ପଇସା ଦେଇ ଠକେଇ କରିବା ଉଦ୍ୟମ ହେଲା ପଣ୍ତ । ଘଟଣାରେ 7 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ...

Hanuman Coin Racket Busted In Ganjam
ହନୁମାନ ପଇସା ଦେଇ ଠକେଇ କରିବା ଉଦ୍ୟମ ପଣ୍ଡ , 7 ଗିରଫ

By

Published : Jan 26, 2021, 8:03 PM IST

ବ୍ରହ୍ମପୁର: ହନୁମାନ ପଇସା ଦେଇ ଦୁଇ କୋଟି ଟଙ୍କା ଠକେଇ କରିବା ଉଦ୍ୟମକୁ ପଣ୍ଡ କରିଛି ପୋଲିସ । ଏହି ମାମଲାରେ ପୋଲିସ ସାତ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଜବତ କରାଯାଇଛି ।

ପୋଲିସ ଅଭିଯୁକ୍ତଙ୍କ ଠାରୁ ତିନୋଟି ହନୁମାନ ପଇସା, ଦୁଇଟି ମୋଟର ସାଇକେଲ, ମ୍ୟାଗନେଟ୍, ସ୍ପିରିଟ୍ ସହ ଅନ୍ୟ କିଛି ଠକେଇ ପାଇଁ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ। ଗିରଫ ପରେ ସାତ ଜଣଙ୍କୁ ଗିରଫ କରିବା କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଶାନ୍ତିନଗର ଅଞ୍ଚଳରେ ସୂର୍ଯ୍ୟ ପାତ୍ର ନାମକ ଯେଉଁ ବ୍ୟକ୍ତିଙ୍କ ଘରେ ଏହି କାରବାର ହୋଇଥିଲା ସେ ଫେରାର ହୋଇଯାଇଛନ୍ତି । ବ୍ରହ୍ମପୁର ବଡବଜାର ଥାନା ପୋଲିସ ହନୁମାନ ପଇସା ଠକେଇର ପର୍ଦ୍ଦାଫାସ କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details