ବ୍ରହ୍ମପୁର:କୁଳପତିଙ୍କ ପ୍ରକୋଷ୍ଠରେ ଆତ୍ମହୁତି ଉଦ୍ଯମ କଲେ ଅତିଥି ଅଧ୍ୟାପକ । ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତିରୁ ଛଟେଇ କରାଯିବା ଓ ତାହାର କାରଣ ନ ଦର୍ଶାଯିବା ପ୍ରତିବାଦରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ପରିସରରେ ।
ପୂର୍ବରୁ ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ ଥିବା ଡକ୍ଟର ବିଭୁତି ଭୂଷଣ ପାତ୍ର କାର୍ଯ୍ୟ କରି ଆସୁଥିଲେ । ଗତ ପାଞ୍ଚବର୍ଷ ଧରି କାର୍ଯ୍ୟ କରି ଆସୁଥିବା ବିଭୂତିଙ୍କୁ ଗତ ପାଞ୍ଚ ମାସ ପୂର୍ବେ କଲେଜ କର୍ତ୍ତୃପକ୍ଷ କୌଣସି କାରଣ ନଦର୍ଶାଇ ଚାକିରିରୁ ଛଟେଇ କରିଥିଲେ । ଏହାକୁ ନେଇ ସେ ମାନସିକ ଭାରସାମ୍ୟ ହରାଇବା ସହ ବାରମ୍ବାର ଏନେଇ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଆସୁଥିଲେ । କିନ୍ତୁ କୌଣସି ସୁଫଳ ପାଇନଥିଲେ ।