ଓଡିଶା

odisha

ETV Bharat / city

ରେଶମ ସହରର ଶୋଭା ବଢାଉଛି ଗ୍ରାସ ଆର୍ଟ ପାର୍କ - Government ITI

ରେଶମ ସହର ସୌନ୍ଦର୍ଯ୍ୟ ବଢାଉଛି ଗ୍ରାସ ଆର୍ଟ ପାର୍କ । ଆଇଟିଆଇ ଛାତ୍ରଛାତ୍ରୀଙ୍କ ପ୍ରୟାସରେ ନିର୍ମିତ ହୋଇଛି ପାର୍କ । ଅଧିକ ପଢନ୍ତୁ....

Grassland Art Park is adorned with silk city Brahmapur
ରେଶମ ସହରର ଶୋଭା ବଢାଉଛି ଗ୍ରାସ ଆର୍ଟ ପାର୍କ

By

Published : Jul 31, 2021, 4:40 PM IST

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ଆହୁରି ସୁନ୍ଦର କରିବାକୁ ଅଣ୍ଟା ଭିଡିଛନ୍ତି ଆଇଟିଆଇ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଛାତ୍ରଛାତ୍ରୀ । ସହରରେ ଖୋଲା ଯାଇଛି ରାଜ୍ୟର ପ୍ରଥମ ଗ୍ରାସ ଆର୍ଟ ପାର୍କ । ଯାହାକୁ ଦେଖିଲେ ପର୍ଯ୍ୟଟକ ଘଡିଏ ଅଟକି ରହିବେ । ପାର୍କରେ ହାତୀ, ବାଘ, ଭାଲୁ, ଠେକୁଆ ଭଳି ନାନା ଜୀବଜନ୍ତୁଙ୍କ ପ୍ରତିକୃତି ରହିଛି । ଏ-ସବୁ ସବୁଜ ଘାସରେ ପ୍ରସ୍ତୁତ ଭଳି ଦେଖାଯାଉଥିଲେ ବି ବାସ୍ତବରେ କୃତ୍ରିମ ଘାସର ଗାଲିଚାରେ ବ୍ୟବହାର କରି କରାଯାଇଛି । ରଦି ଲୁହା ଉପରେ ରବର ଓ କୃତ୍ରିମ ଘାସର ଗାଲିଚାକୁ ଆଚ୍ଛାଦିତ କରି ଏସବୁ ସୁନ୍ଦର ସୁନ୍ଦର ପ୍ରତିକୃତି କରିଛନ୍ତି ବ୍ରହ୍ମପୁର ସହରର ସରକାରୀ ଆଇଟିଆଇର ଶିକ୍ଷକ ଓ ବିଦ୍ୟାର୍ଥୀ ।

ରେଶମ ସହରର ଶୋଭା ବଢାଉଛି ଗ୍ରାସ ଆର୍ଟ ପାର୍କ
ଦକ୍ଷିଣ ଓଡିଶାକୁ ସବୁଜ ସୁନ୍ଦର କରିବା ପାଇଁ ସରକାରଙ୍କ ଠାରୁ ଜିଲ୍ଲା ପ୍ରଶାସନ ବେଶ ତତ୍ପର । କିନ୍ତୁ ଆଇଟିଆଇ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସ ରେଶମ ସହରର ସୌନ୍ଦର୍ଯ୍ଯକୁ ଆଉ ଦି ପାଦ ଆଗକୁ ନେଇଛି । କେବଳ ସହରବାସୀ ନୁହେଁ ପର୍ଯ୍ୟଟକଙ୍କୁ ଗ୍ରାସ ଆର୍ଟ ପାର୍କ ବେଶ ଆକୃଷ୍ଟ କରୁଛି । କୃତ୍ରିମ ଘାସରେ ପ୍ରସ୍ତୁତ ବିଭିନ୍ନ କଳାକୃତି କ୍ୟାମ୍ପାସର ଅଧିକ ଶୋଭା ବର୍ଦ୍ଧନ କରୁଛି । ଯାହା ରାଜ୍ୟ ଓ ଦେଶରେ ଦକ୍ଷତା ବିକାଶ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିବାରେ ସଫଳ ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details