ଓଡିଶା

odisha

ETV Bharat / city

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ହାତରେ ଦୁଇ ସରକାରୀ କର୍ମଚାରୀ - ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ସରକାରୀ କର୍ମଚାରୀ

ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ସରକାରୀ କର୍ମଚାରୀ । ଧରାକୋଟ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଏବଂ ଚପରାଶିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ହାତରେ ଦୁଇ ସରକାରୀ କର୍ମଚାରୀ

By

Published : Sep 12, 2019, 3:26 AM IST

ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଦୁଇ ସରକାରୀ କର୍ମଚାରୀ । ଗଞ୍ଜାମ ଜିଲ୍ଲାର ଧରାକୋଟ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ଏବଂ ଚପରାଶିଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।

ତେବେ ଧରାକୋଟ ବ୍ଲକ ଅନ୍ତର୍ଗତ ବରିଗୁଡା ଗ୍ରାମରେ ରହୁଥିବା ଦାସିଆ ଦାସ ନାମକ ବ୍ୟକ୍ତିଙ୍କ ଏକ ଜମିର ମ୍ୟୁଟେସନ ମାମଲାର ତଦନ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଣ୍ଡମରେଇ ସର୍କଲର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ସେ ଏଥିପାଇଁ 1500 ଟଙ୍କା ଲାଞ୍ଚ ଦାବି କରିଥିବା ବେଳେ ବୁଧବାର ଦାସିଆଙ୍କ ପୁଅ ପବିତ୍ର ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପାଢ଼ୀଙ୍କୁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଚପରାଶି ସନ୍ତୋଷ ଗୌଡ଼ଙ୍କୁ 1500ଟଙ୍କା କାର୍ଯ୍ୟାଳୟରେ ଦେଇଥିଲେ ।

ତେବେ ଏନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରାଯାଇଥିବାରୁ ଯୋଜନାବଦ୍ଧ ଭାବେ ଉକ୍ତ କାର୍ଯ୍ୟାଳୟରେ ନିକଟରେ ରହିଥିବା ଭିଜିଲାନ୍ସ ବିଭାଗ ଅଧିକାରୀ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ପାଢୀଙ୍କ ସମେତ ଚପରାଶି ସନ୍ତୋଷ ଗୌଡ଼ଙ୍କୁ କାବୁ କରିବା ସହ ସନ୍ତୋଷଙ୍କ ସାର୍ଟ ପକେଟରୁ ଲାଞ୍ଚ ବାବଦ ନଗଦ 1500 ଟଙ୍କା ଜବତ କରିଥିଲେ । ଏହାପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ପରେ ଉଭୟଙ୍କ ବାସଭବନ ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details