ବ୍ରହ୍ମପୁର: ସ୍ଥାନୀୟ ମହାନଗର ନିଗମର କାର୍ଯ୍ୟାଳୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କାର୍ଯ୍ୟାଳୟ ସହାୟକ ଏ. ଲକ୍ଷ୍ମୀ ପ୍ରସାଦ ରାଓ। ସହରର ସିଟି ହାଇସ୍କୁଲ ନିକଟରେ ଥିବା ପିଢା ହୋଟଲ ମାଲିକ ନୀଳାଞ୍ଚଳ ସାହୁଙ୍କ ଦୋକାନର ମାଲିକାନା ବଦଳାଇବା ପାଇଁ ଫାଇଲ ପ୍ରୋସେସିଂ କରିବା ଲାଗି ଲାଞ୍ଚ ନେବା ବେଳେ ଧରାପଡି ଯାଇଛନ୍ତି ବିଏମସି କର୍ମଚାରୀ ଜଣକ ।
ଲାଞ୍ଚ ନେବା ବେଳେ ଧରାପଡିଲେ ବିଏମସି କର୍ମଚାରୀ - ଲାଞ୍ଚ ନେବା ବେଳେ ଧରାପଡିଲେ ନିଗମ କର୍ମଚାରୀ
ବ୍ରହ୍ମପୁର ମହାନଗର ନିଗମ(ବିଏମସି)କାର୍ଯ୍ୟାଳୟରେ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କାର୍ଯ୍ୟାଳୟ ସହାୟକ ଏ.ଲକ୍ଷ୍ମୀପ୍ରସାଦ ରାଓ।
ଦୋକାନ ଗୃହ ବଦଳାଇବା ପାଇଁ ଲକ୍ଷ୍ମୀପ୍ରସାଦ ଦୋକାନୀଙ୍କ ଠାରୁ କିଛି ଟଙ୍କା ଦାବି କରିଥିଲେ । ତେବେ ୨୫ ହଜାର ଟଙ୍କା ଦେବା ପାଇଁ ଉଭୟଙ୍କ ମଧ୍ୟରେ ସ୍ଥିର ହୋଇଥିଲେ । ପରେ ଅଭିଯୋଗକାରୀ ଦୁର୍ନୀତି ନିବାରଣ ବିଭାଗକୁ ଏ ଘଟଣା ବାବଦରେ ଅବଗତ କରାଇଥିଲେ । ଗିରଫ ହୋଇଥିବା କର୍ମଚାରୀ ଜଣଙ୍କ ଗତ ବର୍ଷ ମାର୍ଚ୍ଚ ମାସରେ ନିଜ ଚାକିରୀରୁ ଅବସର ନେଇଥିବା ବେଳେ ପୁଣିଥରେ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ତାଙ୍କୁ ଅଫିସ ସହାୟକ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ସେ ଗିରଫ ହେବା ପରେ ତାଙ୍କର ପ୍ରେମନଗର ସ୍ଥିତ ଘର ସମେତ ପୈତୃକ ବାସଭବନରେ ଭିଜିଲାନସ ଟିମ୍ ପକ୍ଷରୁ ଚଢାଉ କରାଯାଇଥିବା ବ୍ରହ୍ମପୁର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ ମାୟାଧର ସ୍ବାଇଁ ଜଣାଇଛନ୍ତି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ