ଓଡିଶା

odisha

ETV Bharat / city

ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶି କଣ୍ଟା, ଗିନିଜ୍‌ ବୁକରେ ସ୍ଥାନ ପାଇବାକୁ ଆଶା - Govt ITI, Berhampur student

ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପଥରେ ବ୍ରହ୍ମପୁର ସରକାରୀ ଆଇଟିଆଇ । 22 ଫୁଟର ବନିଶି କଣ୍ଟା ତିଆରି କରି ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଲାଗି ଆଶା ରଖିଛି ଶିକ୍ଷାନୁଷ୍ଠାନ । ଅଧିକ ପଢନ୍ତୁ...

students creat fishing lure from waste metal
ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶୀ କଣ୍ଟା, ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା

By

Published : Jan 6, 2020, 8:48 PM IST

ବ୍ରହ୍ମପୁର: ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିବା ପଥରେ ବ୍ରହ୍ମପୁର ସରକାରୀ ଆଇଟିଆଇ । 22 ଫୁଟର ବନିଶି କଣ୍ଟା ତିଆରି କରି ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବା ଲାଗି ଆଶା ରଖିଛି ଶିକ୍ଷାନୁଷ୍ଠାନ । 40 ଦିନର ଅକ୍ଳାନ୍ତ ପରିଶ୍ରମ କରି ଏହି ବନିଶି କଣ୍ଟାକୁ ତିଆରି କରିଛନ୍ତି ଅଧ୍ୟୟନ ରତ ଛାତ୍ରଛାତ୍ରୀ । ଫିଟର, ୱେଲଡର,ପ୍ଳାମ୍ବର ଓ ଇଣ୍ଡଷ୍ଟ୍ରିଆଲ ପେଣ୍ଟର ବିଭାଗର ଛାତ୍ରଛାତ୍ରୀ ମିଳିତ ଭାବେ ଏହାକୁ ତିଆରି କରିଛନ୍ତି ।

ବ୍ରହ୍ମପୁର ସରକାରୀ ଆଇଟିଆଇରେ 22 ଫୁଟର ବନିଶୀ କଣ୍ଟା, ଗିନିଜ୍‌ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଆଶା

ବନିଶି କଣ୍ଟାଟିର ଓଜର 400 କେଜି ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ 30 ରୁ 40 ଜଣ ଛାତ୍ରଛାତ୍ରୀ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । କଣ୍ଟାଟି ଆଇଟିଆଇର ପୁରୁଣା ହଷ୍ଟେଲର ଭଙ୍ଗା ଖାଡି ଓ ସିଟରେ ନିର୍ମିତ ହୋଇଛି । ପୂର୍ବରୁ ଗିନିଜ ବୁକରେ 10 ଫୁଟ ଓ ପରେ 15.6 ଫୁଟ ଉଚ୍ଚତା ବନିଶି କଣ୍ଟାର ରେକର୍ଡ ଥିବାବେଳେ 22 ଫୁଟର କଣ୍ଟା କରି ରେକର୍ଡ କରିବା ଲକ୍ଷ୍ୟରେ ରହିଛି ଆଇଟିଆଇ ।

ସେପଟେ ଏହି ବନିଶି ତିଆରି କରିଥିବାରୁ ସିଏମଓ ପକ୍ଷରୁ ଟ୍ବିଟ କରି ବ୍ରହ୍ମପୁର ସରକାରୀ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details