ଓଡିଶା

odisha

ETV Bharat / city

ସର୍ବସାଧାରଣଙ୍କ ପାଇଁ ଗଞ୍ଜାମ ସରକାରୀ କାର୍ଯ୍ୟାଳୟ 10 ଦିନ ମନା

ଗଞ୍ଜାମରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଅଧିକ ପଢନ୍ତୁ...

ଗଞ୍ଜାମରେ ଆସନ୍ତା ୧୦ ଦିନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ
ଗଞ୍ଜାମରେ ଆସନ୍ତା ୧୦ ଦିନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ

By

Published : Jun 24, 2020, 10:24 AM IST

Updated : Jun 24, 2020, 3:35 PM IST

ବ୍ରହ୍ମପୁର: ଜିଲ୍ଲାରେ ଆସନ୍ତା ୧୦ ଦିନ ପାଇଁ ସାଧାରଣ ଜନତାଙ୍କ ନିମନ୍ତେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ । ଟ୍ବିଟ୍ ଯୋଗେ ଏଭଳି ସୂଚନା ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାସହ ଆଗଧାଡିରେ କାର୍ଯ୍ୟ କରୁଥିବା କୋରୋନା ୱାରିଅର ଭାବରେ ରହିଥିବା ପ୍ରମୁଖ ସରକାରୀ ଅଧିକାରୀମାନେ ପଜେଟିଭ ହେବା ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସର୍ବସାଧାରଣଙ୍କ ପାଇଁ ଗଞ୍ଜାମ ସରକାରୀ କାର୍ଯ୍ୟାଳୟ 10 ଦିନ ମନା

ପ୍ରତ୍ୟେକ ଦିନ ଜିଲ୍ଲାରେ କୋରୋନା ମୁକାବିଲା ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରେ ସରକାରୀ ଅଧିକାରୀ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କ ସମେତ ବହୁ କର୍ମଚାରୀ ଆକ୍ରାନ୍ତ ହେଉଛନ୍ତି । ଯାହା ଜିଲ୍ଲା ପ୍ରଶାସନକୁ ଚିନ୍ତାରେ ପକାଇଛି ।

ଗଞ୍ଜାମରେ ଚିନ୍ତା ବଢାଉଛି କୋରୋନା

କେବଳ ଗଞ୍ଜାମରେ ମଙ୍ଗଳବାର ରାତିରେ ୭୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଏହି ସଂଖ୍ୟା ୧୦୩୧ ପହଞ୍ଚିଛି । ଏଥିରେ ୬୮୦ ଜଣ ସୁସ୍ଥ ହୋଇଥିବାବେଳେ ୩୪୩ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୮ରେ ପହଞ୍ଚିଛି ।

ଗଞ୍ଜାମରେ ଆସନ୍ତା ୧୦ ଦିନ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ସମସ୍ତ କାର୍ଯ୍ୟାଳୟ

ଏପରିକି କେବଳ ମଙ୍ଗଳବାର ୧୪ ଜଣ କୋରୋନା ୱାରିଅର ଭାବରେ ସରକାରୀ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ବ୍ରହ୍ମପୁର ମହାନଗର ନିଗମରୁ ୬ ଜଣ, ବେଲଗୁଣ୍ଠା, ଖଲ୍ଲିକୋଟ, ପୋଲସରା ଓ ସୋରଡାରେ ଜଣେ ଲେଖାଏଁ ଏବଂ କୁକୁଡାଖଣ୍ଡିରେ 4 ଜଣ ସରକାରୀ ଅଧିକାରୀ ଆକ୍ରାନ୍ତ ହୋଇଛନ୍ତି ।

ଅନ୍ୟପଟେ ସାଉଦି ଆରବ, ଦିଲ୍ଲୀ, ସୁରଟ ଏବଂ ମୁମ୍ୱାଇ ଭଳି ବିଭିନ୍ନ ସ୍ଥାନରୁ ଫେରିଥିବା 6 ଜଣଙ୍କ ଠାରେ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେହିପରି ମୋଟ ୫୬ ଜଣ ଜିଲ୍ଲାର ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 24, 2020, 3:35 PM IST

ABOUT THE AUTHOR

...view details