ବ୍ରହ୍ମପୁର: ଗୋପାଳପୁର ପୋର୍ଟର ସୁପରଭାଇଜର ଏବଂ ୱାର୍କସ ୟୁନିୟନର ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ଗୌଡଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବିଭିନ୍ନ ଗୁରୁତ୍ୱପୂ୍ର୍ଣ୍ଣ ବିଷୟରେ ଆଲୋଚନା କରାଯିବା ସହ ତିନି ଦଫା ନେଇ ଆଲୋଚନା କରାଯାଇଥିଲା ।
ଗୋପାଳପୁର ପୋର୍ଟ ସୁପରଭାଇଜର- ୱାର୍କସ ୟୁନିୟନର ବୈଠକରେ ତିନି ଦଫା ନେଇ ଆଲୋଚନା ଗୋପାଳପୁର ବନ୍ଦରରେ ତାଲିକାଭୁକ୍ତ ସମସ୍ତ ଶ୍ରମିକଙ୍କୁ ତୁରନ୍ତ କାମ ଯୋଗାଇ ଦିଆଯିବା ସହିତ ସମସ୍ତ ଶ୍ରମିକଙ୍କୁ ପି.ଏଫ୍ ଏବଂ ଇ.ଏସ୍.ଆଇରେ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିସହିତ ଆବଶ୍ୟକ ଦେୟ ଜମା କରିବା, ମୃତ ଶ୍ରମିକ ଓ ରୋଗାଗ୍ରସ୍ତ ଶ୍ରମିକଙ୍କ ଉତ୍ତରାଧିକାରୀଙ୍କୁ ନିଯୁକ୍ତି କରାଯାଇ ସୁପରଭାଇଜରଙ୍କୁ ନିୟମିତ କରାଇବା ଭଳି ଦାବୀକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା ।
ବୈଠକରେ ୟୁନିଅନର କର୍ମକର୍ତ୍ତା ପରିବର୍ତ୍ତନ କରି ନୂତନ କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ନୂତନ କର୍ମକର୍ତ୍ତା ନିର୍ବାଚନ ହେଲା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ମଧ୍ୟରେ ୨୧ ଜଣିଆ କାର୍ଯ୍ୟକାରୀ କମିଟି ଏବଂ ୟୁନିଅନକୁ ପରିଚାଳନା କରିବା ପାଇଁ ୧୧ ଜଣିଆ କମିଟି ନିର୍ବାଚିତ କରାଯାଇଥିବା ବେଳେ ପୋର୍ଟ ପ୍ରଶାସନ ସହ କଥାବାର୍ତ୍ତା କରିବା ପାଇଁ ଏବଂ ଆସନ୍ତା ନୂତନ କର୍ମକର୍ତ୍ତା ନିର୍ବାଚନ କରିବା ପାଇଁ ଏହି କମିଟିକୁ ଦାୟିତ୍ୱ ଦିଆଯାଇଥିଲା ।
ଏପରିକି ୟୁନିୟନର ପରାମର୍ଶଦାତା ରୂପେ ସିପିଆଇ ଚମାଖଣ୍ଡି, ଛତ୍ରପୁର,ଗଞ୍ଜାମ ଆଞ୍ଚଳିକ କମିଟିର ସଂପାଦକ ଏବଂ ଏ.ଆଇ.ୱାଇ.ଏଫ୍ ର ଗଞ୍ଜାମ ଜିଲ୍ଲା ଉପସଭାପତି ଚିକିରା ବେହେରାଙ୍କୁ ନିର୍ବାଚିତ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ