ବ୍ରହ୍ମପୁର:ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି ଗୋପାଳପୁର ବିଧାୟକ । ଶନିବାର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀ ରଙ୍ଗେଇଲୁଣ୍ଡା ବ୍ଲକର ଚିକରଡା ପଞ୍ଚାୟତରେ ନିଜ ସମର୍ଥକଙ୍କ ସହ ପଦଯାତ୍ରା କରିଥିଲେ । ଏହି ସମୟରେ ଏମକେସିଜି ମେଡିକାଲ କଲେଜର ଉନ୍ନତିକରଣ ଉପରେ ସରକାର ଗୁରୁତ୍ବ ଦେଉନଥିବା ନେଇ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ।
ଏନେଇ ଗୋପାଳପୁର ବିଧାୟକ କହିଛନ୍ତି ଯେ,"ରାଜ୍ୟର ସମସ୍ତ ମେଡିକାଲ କଲେଜର ଉନ୍ନତିକରଣ କରାଯାଉଛି । ହେଲେ ଦକ୍ଷିଣ ଓଡିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଗୁରୁତ୍ୱ ଦେଉନାହାନ୍ତି । ପରିକ୍ରମା କରୁଥିବା ସମୟରେ ଅନେକ ବ୍ୟକ୍ତି ବଶେଷ ବିଭିନ୍ନ ଅଭିଯୋଗ ମାନ କରୁଥିବା କହିଛନ୍ତି । କାହାର ଘର ନିର୍ମାଣ ହୋଇପାରୁନାହିଁ ତ ଆଉ କେଉଁ ଅଞ୍ଚଳରେ ରାସ୍ତା ନିର୍ମାଣ ହୋଇପାରୁନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ସ୍ୱାସ୍ଥସେବା ପାଇଁ ଆନ୍ଧ୍ରପେରଦେଶ ଏବଂ ବିଭିନ୍ନ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ଏହି ମେଡିକାଲ କଲେଜ ସରକାରଙ୍କ ଦୃଷ୍ଟିରେ ନାହିଁ କି ?
ଏପରିକି ରାଜ୍ୟର ଅନେକ ମନ୍ଦିର ଗୁଡିକର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ବହୁ ପୁରାତନ ମନ୍ଦିର ରହିଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉନାହିଁ । ଗୋପାଳପୁର ନିର୍ବାଚନମଣ୍ଡଳୀର ପଞ୍ଚାମା ଠାରେ ରହିଥିବା ପ୍ରସିଦ୍ଧ ଗଣେଷ ମନ୍ଦିରର ଉନ୍ନତିକରଣ ପାଇଁ ଶହେ କୋଟି ଟଙ୍କା ଦାବି କରାଯାଇଥିଲେ ମଧ୍ୟ ଟଙ୍କାଟିଏ ମଧ୍ୟ ଦିଆଗଲାନାହିଁ । ଯାହାକି ଗଞ୍ଜାମକୁ ସବୁ କ୍ଷେତ୍ରରେ ଅବହେଳା କରାଯାଉଛି ।