ଓଡିଶା

odisha

ETV Bharat / city

ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସର ପ୍ରତିବାଦ - gopalpur congress protest for action against dr pradeep panigrahi

ବିଜେଡିରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି କଂଗ୍ରେସ ପକ୍ଷରୁ ପ୍ରତିବାଦ । ଏହା ସହ ଥାନାରେ ଏତଲା ଦାୟର କରିଛନ୍ତି । ଅଧିକ ପଢନ୍ତୁ...

ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି କଂଗ୍ରେସର ପ୍ରତିବାଦ
ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି କଂଗ୍ରେସର ପ୍ରତିବାଦ

By

Published : Nov 30, 2020, 10:45 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଦାବୀ । ଏ ନେଇ ଗୋପାଳପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଥାନାରେ ଏତଲା ଦିଆଯାଇଛି ।

ଗୋପାଳପୁର ବିଧାୟକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି କଂଗ୍ରେସର ପ୍ରତିବାଦ

ବିଭିନ୍ନ ଦୁର୍ନୀତିରେ ସାମିଲ ରହିଥିବା ବିଧାୟକ ଟାଟା ମୋଟର୍ସରେ ନିଯୁକ୍ତି ଦେବା ନାମରେ ୬୮ ଜଣ ଜାଲ ନିଯୁକ୍ତି ପତ୍ର ଦେଇ ଠକେଇ ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ଟଙ୍କା ଫେରାଇବା ଦାବି କରାଯାଇଛି । ଏହା ସହିତ ଘଟଣାର ପ୍ରକୃତ ତଦନ୍ତ କରି ଦୋଷୀ ବିଧାୟକଙ୍କୁ ଗିରଫ ପାଇଁ ଦାବୀ କରାଯାଇଛି । ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ଏ ନେଇ ଗୋପାଳପୁର ପୋଷ୍ଟ ଅଫିସ ସମୁଖରେ ଏ ନେଇ ପ୍ରଥମେ ପ୍ରତିବାଦ କରାଯିବା ପରେ ଥାନା ସମ୍ମୁଖରେ ଦଳୀୟ କର୍ମୀ ଓ ନେତାଙ୍କ ଉପସ୍ଥିତିରେ ଏତଲା ଦିଆଯାଇଥିଲା । ଶେଷରେ ବ୍ରହ୍ମପୁର ଏସ୍.ପିଙ୍କୁ ସାକ୍ଷତ କରାଯାଇ ଦାବୀ ପତ୍ର ପ୍ରଦାନ କରିଥିଲେ କଂଗ୍ରେସ । ଦଳର ଗୋପାଳପୁରର ବିଧାୟକ ପ୍ରାର୍ଥୀ ଏସ୍.ଧର୍ମରାଜ ରେଡିଙ୍କ ନେତୃତ୍ବରେ ଆୟୋଜିତ ପ୍ରତିବାଦରେ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।

ସୂଚନା ଥାଉକି ଗତକାଲି ଅଭୟକାନ୍ତ ପାଠକ ଓ ଆକାଶ ପାଠକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ତଥା ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ଏହା ପରେ ସାରା ଗଞ୍ଜାମ ଜିଲ୍ଲାରେ ତାଙ୍କ ବିରୋଧୀମାନେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details