ବ୍ରହ୍ମପୁର: ଆଜି ପବିତ୍ର ଅକ୍ଷୟ ତୃତୀୟା । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବୈଶାଖ ଶୁକ୍ଳ ତୃତୀୟା ଅର୍ଥାତ ଆଜିର ଦିନଟି ଗୁରୁତ୍ଵପର୍ଣ୍ଣ । ଏହି ଦିନରେ କୌଣସି କାର୍ଯ୍ୟ ଆରମ୍ଭ କଲେ ତାହା ଅକ୍ଷୁର୍ଣ୍ଣ ରହିଥାଏ ବୋଲି ବିଶ୍ବାସ ରହିଛି ।
ତେବେ ଧନତେରସ ପରେ ଅକ୍ଷୟ ତୃତୀୟାରେ ସୁନା କିଣିଲେ ଭଲ ବୋଲି ଲୋକଙ୍କ ମଧ୍ୟରେ ବିଶ୍ବାସ ରହିଛି । ଏହି କ୍ରମରେ ବ୍ରହ୍ମପୁରର ସୁନା ଦୋକାନରେ ଆଜି ଦିନ ତମାମ ଲାଗିରହିଥିଲା ଗ୍ରାହକଙ୍କ ଭିଡ ।