ଓଡିଶା

odisha

ETV Bharat / city

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ, ଶିଶୁ ପୁତ୍ର ସହ ପ୍ରେମିକ ଘର ଆଗରେ ଧାରଣା ଦେଲେ ପ୍ରେମିକା

ବ୍ରହ୍ମପୁରରେ ପ୍ରେମ ପ୍ରତାରଣା ଅଭିଯୋଗ । ହକ ପାଇଁ ୧୮ ମାସର ଶିଶୁକୁ ଧରି ପ୍ରେମିକର ଘର ସାମ୍ନାରେ ବସିଲା ପ୍ରେମିକା । ଅଧିକ ପଢନ୍ତୁ

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ, ଶିଶୁ ପୁତ୍ର ସହ ଧାରଣା ଦେଲେ ପ୍ରେମିକା
ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ, ଶିଶୁ ପୁତ୍ର ସହ ଧାରଣା ଦେଲେ ପ୍ରେମିକା

By

Published : Aug 3, 2022, 7:42 PM IST

ବ୍ରହ୍ମପୁର: ପ୍ରେମ, ପ୍ରତିଶୃତି, ଶାରୀରିକ ସମ୍ପର୍କ ଆଉ ତାପରେ ଧୋକା । ପ୍ରେମିକା ଗର୍ଭବତୀ ହେବା ପରେ ବୋହୂ ଭାବେ ଗ୍ରହଣ କରିଲେ ନାହିଁ ପ୍ରେମିକ ଘର ଲୋକ । ପ୍ରେମ-ପ୍ରତାରଣାର ଏଭଳି ସାଙ୍ଘାତିକ ଅଭିଯୋଗ ନେଇ ପ୍ରେମିକା ଜଣକ ଥାନାରେ ଏତଲା ଦେବାପରେ ଗିରଫ ହୋଇଥିଲେ ପ୍ରେମିକ । ବର୍ତ୍ତାମାନ ପ୍ରେମିକ ଜେଲରୁ ବାହାରି ଆସିଥିବା ବେଳେ ଅନ୍ୟ ଏକ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିବା ଜାଣି ୧୮ ମାସର ଶିଶୁକୁ ଧରି ପ୍ରେମିକର ଘର ସାମ୍ନାରେ ଧାରଣାରେ ବସିଛି ପ୍ରେମିକା । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ସହରର ଦେଶୀବେହେରା ସାହିରେ ।

ପ୍ରତିଶୃତି ଦେଇ ପ୍ରତାରଣା କଲା ପ୍ରେମିକ, ଶିଶୁ ପୁତ୍ର ସହ ଧାରଣା ଦେଲେ ପ୍ରେମିକା

ସୂଚନା ଅନୁସାରେ, ୨୦୨୦ ମସିହାରୁ ବ୍ରହ୍ମପୁର ସହରର ଅନ୍ନପୂର୍ଣ୍ଣା ମାର୍କେଟ ଅଞ୍ଚଳରେ ବ୍ୟବସାୟ କରି ଆସୁଥିବା ଯୁବତୀ ଜଣଙ୍କ ବ୍ରହ୍ମପୁର ଦେଶୀବେହେରା ସାହିର ଦୀନେଶଙ୍କ ସହ ପ୍ରଥମେ ପ୍ରେମ ଏବଂ ପରେ ଶାରୀରିକ ସଂପର୍କ ରଖିବା ସହିତ ଗର୍ଭବତୀ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ପ୍ରେମକ କେ.ଦିନେଶ କୁମାରଙ୍କ ପରିବାର ଯୁବତୀ ଜଣଙ୍କୁ ବୋହୂ ଭାବରେ ଗ୍ରହଣ କରିବାକୁ ରାଜି ନହେବାରୁ ଶେଷରେ ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ମହିଳା ଜଣକ । ଯାହା ବର୍ତ୍ତମାନ ଓଡିଶାର ଉଚ୍ଚ ନ୍ୟାୟଳୟରେ ବିଚାରଧିନ ରହିଛି । ସେପଟେ ପ୍ରେମିକ ଜଣଙ୍କ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇ ଜାମିନରେ ଫେରିଥିବା ବେଳେ ଦିନେଶଙ୍କ ବାହାଘର ଠିକ କରିଥିଲେ ପରିବାର ଲୋକେ । ଏହା ଜାଣିବା ପରେ ନିଜ ସନ୍ତାନକୁ ବାପାର ପରିଚୟ ସହିତ ପତ୍ନୀ ଭାବରେ ମାନ୍ୟତା ଦେବାକୁ ଦାବି କରି ୧୮ ମାସର ସନ୍ତାନକୁ ଧରି ଧାରଣାରେ ବସି ରହିଛନ୍ତି ପ୍ରେମିକ । ଯୁବତୀ ଜଣଙ୍କ ଏପରି ଧାରଣା ଦେବା ପରେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ମୃତୟନ ରହିଛନ୍ତି ।

ଏନେଇ ପ୍ରେମିକା କହିଛନ୍ତି ଯେ, "ମୋତେ ସ୍ତ୍ରୀର ମାନ୍ୟତା ସହ ମୋ ଛୁଆକୁ ବାପାର ପରିଚୟ ଦରକାର। ମୁଁ ଥାଉ ଥାଉ କିପରି ସେ ଆଉ କାହାକୁ ବାହା ହେବେ? ସେ ଯଦି ବାହାହେବେ ଆମେ କିପରି ବଞ୍ଚିବୁ? ଅଧିକାର ନ ମିଳିବା ଯାଏ ଏଠୁ ହଟିବିନି।"

ଏହା ମଧ୍ୟ ପଢନ୍ତୁ: Bride Dharna: ତପସ୍ଵିନୀଙ୍କ ତପସ୍ୟା ସଫଳ, ୭ ଦିନ ଦମ୍ପତିଙ୍କୁ ଏକାଠି ରହିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ପ୍ରକାଶଯୋଗ୍ୟ ଯେ, ବ୍ରହ୍ମପୁରରେ ଶାଶୁଘରେ ରହିବା ପାଇଁ ବୋହୂ ତପସ୍ବିନୀ ଲଢେଇ କରି ଧାରଣାରେ ବସିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ବର୍ତ୍ତମାନ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚାରେ ରହିଛି ବ୍ରହ୍ମପୁର ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details