ଓଡିଶା

odisha

ETV Bharat / city

ଦାୟିତ୍ବ ଗ୍ରହଣ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି - ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୂଳପତି(Vice Chancellor) ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ । ଅଧିକ ପଢନ୍ତୁ

ଦାୟିତ୍ବ ଗ୍ରହଣ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି
ଦାୟିତ୍ବ ଗ୍ରହଣ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି

By

Published : May 8, 2022, 12:10 PM IST

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ବବିଦ୍ୟାଳୟର(Berhampur University) ପ୍ରଥମ ମହିଳା କୂଳପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରଫେସର ଗୀତାଞ୍ଜଳୀ ଦାଶ । ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟର କୂଳାଧିପତି ପ୍ରଫେସର ଗଣେଶୀ ଲାଲ ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କୁ ଚୟନ କରିବା ପରେ ସେ ବିଶ୍ବବିଦ୍ୟାଳୟରେ ପହଞ୍ଚି ନିଜର ଦାୟିତ୍ବ ଗ୍ରହଣ କରିଛନ୍ତି ।

ଦାୟିତ୍ବ ଗ୍ରହଣ କଲେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂଆ କୂଳପତି

ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଫେସର ଦାଶଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ବାଗତ କରାଯାଇଥିବା ବେଳେ ସେ ନିଜର ପ୍ରତିକ୍ରିୟାରେ ଭିଜନ ଅନେକ ରହିଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ଆହୁରି ଆଗକୁ ବୃଦ୍ଧି କରିବା ସହିତ ବିଶ୍ବବିଦ୍ୟାଳୟର ଶିକ୍ଷା ଓ ବୌଦ୍ଧିକ ପରିବେଶକୁ ଆହୁରି ସମୃଦ୍ଧ କରିବା, ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି କାର୍ଯ୍ୟ କରିବେ । ଏହା ସହିତ ବିଶ୍ବବିଦ୍ୟାଳୟକୁ NAAC ଟିମ୍ ଖୁବଶ୍ରୀଘ୍ର ପରିଦର୍ଶନରେ ଆସିବାକୁ ଯାଉଛନ୍ତି ।

ଏଥିଲାଗି ଅଧିକ ପ୍ରସ୍ତୁତ କରିବା ସହିତ ସମସ୍ତଙ୍କ ସହଯୋଗ କରିବା, ବିଶ୍ବବିଦ୍ୟାଳୟ ଅଧୀନରେ ରହିଥିବା ଅନେକ ମହାବିଦ୍ୟାଳୟ ମାନଙ୍କର ସୁବିଧା ଓ ଅସୁବିଧା ବୁଝିବା କାର୍ଯ୍ୟକୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ନୂତନ କୂଳପତି(Vice Chancellor) । ଏପରିକି ପରୀକ୍ଷା ସହିତ ଏହାର ଫଳ ପ୍ରକାଶ ପାଇବ ଏବଂ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅଧିକ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି । ସେପଟେ ବିଦ୍ୟାର୍ଥୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମଧ୍ୟରେ ସମସ୍ତଙ୍କ ସହଯୋଗ ଓ ସହାୟତା ମିଳିଲେ ହିଁ ବିଶ୍ବବିଦ୍ୟାଳୟ ଆଗକୁ ବଢିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details