ତିନି ହଜାର ଟଙ୍କା ଲାଞ୍ଚ ନେଉଥିଲେ ଥାନାବାବୁ, ଧରି ନେଲା ଭିଜିଲାନ୍ସ
ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏ.ଏସ୍.ଆଇ । ସେ ଫାଣ୍ଡି ସମ୍ମୁଖରେ ରହିଥିବା ଏକ ଦୋକାନ ନିକଟରେ ଠିଆ ହୋଇ ଲାଞ୍ଚ ନେଉଥିବା ସମୟରେ କାବୁ କରିଥିଲା ଭିଜିଲାନ୍ସ । ଅଧିକ ପଢନ୍ତୁ
ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ଏ.ଏସ୍.ଆଇ
ବ୍ରହ୍ମପୁର: ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ପୋଲିସ ASI । ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟୁ ଫାଣ୍ଡିରେ କାର୍ଯ୍ୟରତ ଏଏସ୍ଆଇ ମାନସ କୁମାର ରାଉତ ବୋଲି ଜଣାପଡିଛି । ସେ ଫାଣ୍ଡି ସମ୍ମୁଖରେ ରହିଥିବା ଏକ ଦୋକାନ ନିକଟରେ ଠିଆ ହୋଇ ଲାଞ୍ଚ ନେଉଥିବା ସମୟରେ କାବୁ କରିଥିଲେ ଭିଜିଲାନ୍ସ ବିଭାଗ ଅଧିକାରୀ । ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କ ଘରେ ଚଢାଉ କରାଯାଇ ଖୋଳତାଡ଼ ପୋଲିସ କରୁଛି ବୋଲି ସୂଚନା ମିଳିଛି ।