ଓଡିଶା

odisha

ETV Bharat / city

ଗଞ୍ଜାମରେ କୋରୋନା ଭୟ, ବ୍ରହ୍ମପୁର-ଗୁଣ୍ଠବନ୍ଧ ଗ୍ରାମକୁ ସିଲ କଲା ପ୍ରଶାସନ - Ganjam

ବ୍ରହ୍ମପୁର ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମକୁ ସମ୍ପୂର୍ଣ୍ଣ ଭାବରେ ପୋଲିସ ଉପସ୍ଥିତିରେ ସିଲ କରାଯାଇଛି । ଏଥିସହ ଗ୍ରାମର ସମସ୍ତ ପରିବାରକୁ ହୋମ କ୍ବାରେନଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ganjam-the-administration-sealed-off-the-village-of-berhampur-gunthabandha
ଗଞ୍ଜାମରେ କୋରୋନା ଭୟ, ବ୍ରହ୍ମପୁର-ଗୁଣ୍ଠବନ୍ଧ ଗ୍ରାମକୁ ସିଲ କଲା ପ୍ରଶାସନ

By

Published : May 17, 2020, 9:36 PM IST

ବ୍ରହ୍ମପୁର: ସହର ଉପକଣ୍ଠ ଗୁଣ୍ଠବନ୍ଧ ଗ୍ରାମକୁ ରବିବାର ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତର ଗୁଣ୍ଠବନ୍ଧ ଗ୍ରାମକୁ ସମ୍ପୂର୍ଣ୍ଣ ଭାବରେ ପୋଲିସ ଉପସ୍ଥିତିରେ ସିଲ କରାଯାଇଥିବା ବେଳେ ଗ୍ରାମର ସମସ୍ତ ପରିବାରକୁ ହୋମ କ୍ବାରେନଣ୍ଟାଇନରେ ରହିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି l

ଗଞ୍ଜାମରେ କୋରୋନା ଭୟ, ବ୍ରହ୍ମପୁର-ଗୁଣ୍ଠବନ୍ଧ ଗ୍ରାମକୁ ସିଲ କଲା ପ୍ରଶାସନ

ଗଞ୍ଜାମ ଜିଲ୍ଲାରୁ ବହୁ ପ୍ରବାସୀ ଓଡିଆ କୋରୋନା ପଜିଟିଭ ବାହାରୁଥିବା ବେଳେ ଏହି ଗ୍ରାମକୁ ସଂକ୍ରମଣରୁ ରୋକିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଏହାସହ ଏଭଳି ଏକ ଅସ୍ବାଭାବିକ ସମୟରେ ଗ୍ରାମକୁ ସମ୍ପୂର୍ଣ୍ଣ ଭାବରେ ସ୍କ୍ରିନିଂ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ ପାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details