ଓଡିଶା

odisha

ETV Bharat / city

ନିୟମକୁ ହେୟଜ୍ଞାନ, ବିନା ସିଟବେଲ୍ଟରେ ବୁଲୁଛନ୍ତି ପରିବହନ ଅଧିକାରୀ - ନିୟମକୁ ହେୟଜ୍ଞାନ

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ନିୟମ ଭାଙ୍ଗିଲେ ଚାଳକଙ୍କୁ 10ଗୁଣା ତଣ୍ଡ ଗଣିବାକୁ ପଡୁଛି । ହେଲେ ଏପଟେ ଗଞ୍ଜାମର ଜଣେ ସରକାରୀ ଅଧିକାରୀ ନିୟମକୁ ହେୟଜ୍ଞାନ କରି ଡିଆଁ ମାରୁଥିବା ଭିଡିଓ ଭାଇରାଲ ହେଉଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବ୍ରହ୍ମପୁର

By

Published : Sep 9, 2019, 9:16 AM IST

ବ୍ରହ୍ମପୁର: ସରକାର ଲାଗୁ କରିଥିବା ଟ୍ରାଫିକ ନିୟମକୁ ମାନୁନାହାଁନ୍ତି ଖୋଦ ସରକାରୀ ବାବୁ । ଆଇନକୁ ଖାତିର ନ କରି ଗଞ୍ଜାମ ଜିଲ୍ଲାରେ ଜଣେ ପରିବହନ ବିଭାଗର ଅଧିକାରୀ ଓ ତାଙ୍କ ଡ୍ରାଇଭର ବିନା ସିଟବେଲ୍ଟରେ ଗାଡିରେ ଯିବା ଦେଖିବାକୁ ମିଳିଛି । ଏ ନେଇ ପ୍ରତିବାଦ ପରେ ବି କଥାକୁ ଟାଳି ଚାଲିଯାଇଛନ୍ତି ଅଧିକାରୀ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବ୍ରହ୍ମପୁର

ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଚାରିଆଡେ ଧରପଗଡ । ନିୟମ ଭାଙ୍ଗିଲେ 10ଗୁଣା ତଣ୍ଡ ଗଣିବାକୁ ପଡୁଛି ଚାଳକଙ୍କୁ । ହେଲେ ଏପଟେ ପରିବହନ ବିଭାଗର ଅଧିକାରୀ ହୋଇ ବି ଏହି ବାବୁଜଣଙ୍କ ନିୟମକୁ ହେୟଜ୍ଞାନ କରି ଡିଆଁ ମାରୁଛନ୍ତି ।


ଜାତୀୟ ରାଜପଥ ପାର୍ଶ୍ବରେ ଗାଡି ଯାଞ୍ଚ କରି ଫେରୁଥିବା ଏହି ଅଧିକାରୀ ଓ ତାଙ୍କ ଗାଡି ଚାଳକ ବିନା ସିଟବେଲ୍ଟରେ ଯାତ୍ରା କରୁଥିଲେ । ଏ ନେଇ ସାଧାରଣ ଲୋକ ଗାଡିକୁ ଅଟକାଇ ପ୍ରଶ୍ନ କରିଥିଲେ । ଲୋକଙ୍କ କହିବା ପରେ ଡ୍ରାଇଭର ବେଲ୍ଟକୁ ବାନ୍ଧିଥିଲେ ମଧ୍ୟ ଖୋଦ୍ ଅଧିକାରୀ ନ ଶୁଣିଲା ଭଳି ଚାଲିଯାଇଥିଲେ । ତେବେ ଜଣେ ଅଧିକାରୀଙ୍କ ଏପରି ଖୁଲମଖୁଲା ନିୟମକୁ ଉଲଙ୍ଘନ ଆଇନର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details