ଓଡିଶା

odisha

ETV Bharat / city

ଗଞ୍ଜାମରେ ବଢୁଛି କୋଭିଡ ମାମଲା, ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଆପଣାଉଛି ବିଭିନ୍ନ ପଦକ୍ଷେପ - ଗଞ୍ଜାମରେ ବଢୁଛି କୋଭିଡ ମାମଲା,

ଗଞ୍ଜାମରେ ବଢୁଛି କୋଭିଡ ମାମଲା । କୋରୋନା ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ନେଉଛି ବିଭିନ୍ନ ପ୍ରକାର ପଦକ୍ଷେପ ।ଅଧିକ ପଢନ୍ତୁ.....

ganjam rising covid cases ,administration takes many steps to control
ଗଞ୍ଜାମରେ ବଢୁଛି କୋଭିଡ ମାମଲା, ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ନେଉଛି ବିଭିନ୍ନ ପ୍ରକାର ପଦକ୍ଷେପ

By

Published : Jul 8, 2020, 7:23 AM IST

Updated : Jul 8, 2020, 8:00 AM IST

ବ୍ରହ୍ମପୁର : ଗଞ୍ଜାମ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଉଛି ବିଭିନ୍ନ ପ୍ରକାର ପଦକ୍ଷେପ । ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବନ୍ଦ କରାଯାଇ ଜିଲ୍ଲାରେ କ୍ଲଷ୍ଟର ସ୍ତରୀୟ ଟିଏମସି ଆରମ୍ଭ ହୋଇଛି । ଜିଲ୍ଲାରେ ମୋଟ ୧୧୯ ଗୋଟି କ୍ଲଷ୍ଟର ସ୍ତରୀୟ ଟିଏମସି ଥିବା ବେଳେ ବର୍ତ୍ତମାନ ୮୫ ଗୋଟି କେନ୍ଦ୍ରରେ ମୋଟ ୯୧୯୦ ଜଣ ପ୍ରବାସୀ ଓଡିଆଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରୁ ଆସିଥିବା ବ୍ୟକ୍ତିବିଶେଷଙ୍କୁ ରଖାଯାଇଛି ।ସେହିଭଳି ସହରାଞ୍ଚଳରେ ମଧ୍ୟ ୧୩୨୦ ଜଣ ଅଛନ୍ତି । ସେହିପରି ଜିଲ୍ଲାରେ ମୋଟ ୧୬୯୨୮ ଜଣଙ୍କ ସ୍ବାବ ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୨୩୪୮ ଜଣ ପଜେଟିଭ ରହିଛନ୍ତି । ୧୩୧୮ ସୁସ୍ଥ ହୋଇସାରିଥିବା ବେଳେ ସକ୍ରିୟ ମାମଲା ୧୦୧୦ ରହିଛି । କୋରାନା ଯୋଦ୍ଧାଙ୍କୁ ଛାଡି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୦ ରହିଛି ।

ଗଞ୍ଜାମରେ ବଢୁଛି କୋଭିଡ ମାମଲା, ମୁକାବିଲା ପାଇଁ ଜିଲ୍ଲାପ୍ରଶାସନ ଆପଣାଉଛି ବିଭିନ୍ନ ପଦକ୍ଷେପ

ଜିଲ୍ଲାରେ ୪ ଜଣ କୋରୋନା ଯୋଦ୍ଧା ଭାବରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ କୋଭିଡ୍ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକଙ୍କ ମଧ୍ୟରୁ ୪୨୪ ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ୧୯୨ ଜଣ ସୁସ୍ଥ ହୋଇଛନ୍ତି । ୨୩୧ ଜଣ କୋଭିଡ୍ କେୟାର ଏବଂ ଟାଟା କୋଭିଡ୍ ହସପିଟାଲରେ ଚିକିତ୍ସାଧିନ ରହିଛନ୍ତି । ଜିଲ୍ଲାରେ ମୋଟ ଚାରି ଜଣ କୋଭିଡ ଯୋଦ୍ଧା ପ୍ରାଣ ହରାଇଛନ୍ତି । ଜିଲ୍ଲାର ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ କ୍ଷମତା ୨୮୫୧ ଶର୍ଯ୍ୟା ବିଶିଷ୍ଟ ରହିଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀର ଟାଟା କୋଭିଡ ହସପିଟାଲର ଶର୍ଯ୍ୟା ସଂଖ୍ୟା ଦୁଇ ଶହ ରହିଛି ।କୋଭିଡ୍ କେୟାରରେ ମୋଟ ୮୮୬ ପଜେଟିଭ ରହିଛନ୍ତି ।

ୱାର୍ଡ ସ୍ତରୀୟ ୫୧୦୮ ଗୋଟି କୋଭିଡ କେୟାର କମିଟି ସହିତ କୋଭିଡ୍ ମ୍ୟାନଜେମେଣ୍ଟ କମିଟି ଗଠନ କରାଯାଇଛି । ଏହି କମିଟି ନିୟମିତ ଭାବରେ ବୈଠକ କରିବା । ସହରାଞ୍ଚଳରେ ୨୪୦ ଗୋଟି ମ୍ୟାନେଜମେଣ୍ଟ କମିଟି ଗଠନ କରାଯାଇଥିବା ବେଳେ ଏହି ସମସ୍ତ କମିଟି କୋଭିଡ୍ ଉପରେ ଲୋକଙ୍କୁ ବୁଝାଇବା ସହ ସେଠାକର ପରିସ୍ଥିତି କିପରି ଓ କଣ ରହିଛି ସେନେଇ ସ୍ଥାନୀୟ ସରପଞ୍ଚ , ଏନଏସିର ଦାୟିତ୍ବରେ ଥିବା ଅଧିକାରୀଙ୍କୁ ଅବଗତ କରାଇବେ । ସେହିପରି ଏହି କମିଟି ସହିତ ନିୟମିତ ଭାବରେ ଯୋଗାଯୋଗ କରିବା ପାଇଁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ନିଯୁକ୍ତି କରାଯାଇଛି ।

ଏପରିକି ସାରା ଜିଲ୍ଲାରେ ଏହାକୁ ନେଇ ୱାର୍ଡ ଅଫ୍ ଗ୍ରୁଫ୍ କରାଯାଇଛି । କୋଭିଡ ସଂପର୍କୀୟ ସୂଚନା ମିଳିଲେ କିମ୍ବା ସମସ୍ୟା ହେଲେ ତୁରନ୍ତ ଏହା ଅନେକ ମାତ୍ରାରେ ସହାୟତା ହେବ । ଗ୍ରାମାଞ୍ଚଳରେ ୮୬୭ ମନିଟର ଓ ସହରାଞ୍ଚଳରେ ୨୮୦ ଜଣ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଜିଲ୍ଲାରେ ଅଧିକ ପଜେଟିଭ ଚିହ୍ନଟ ହେଉଥିବାରୁ ପ୍ରାୟ ୭୬ ଗୋଟି ଅଞ୍ଚଳକୁ କଣ୍ଟେଟମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ରେ ନିୟମିତ ଭାବରେ ସ୍କେନିଙ୍ଗ୍ ,କଣ୍ଟ୍ରାକ୍ଟ ଟେସିଙ୍ଗ୍ ଓ ଟେଷ୍ଟିଙ୍ଗ୍ କାର୍ଯ୍ୟ କରାଯାଉଛି । ଗ୍ରାମ୍ୟ ସ୍ତରରେ କୈଣସି ବ୍ୟକ୍ତି କୋରୋନାର ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖିବା ପାଇଁ ୪୫୬ ଗୋଟି କୋଭିଡ୍ କେୟାର ହୋମ୍ ଗଠନ କରାଯାଇଛି ।ସହରାଞ୍ଚଳରେ ମୋଟ ୧୭ ଗୋଟି କୋଭିଡ୍ କେୟାର ହୋମ୍ ରହିଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ଗୋଟିଏ ରହିଛି । ଏହାକୁ ନେଇ ଲୋକମାନଙ୍କୁ ସଚେତନତା ସୃଷ୍ଟି କରାଯାଉଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Last Updated : Jul 8, 2020, 8:00 AM IST

ABOUT THE AUTHOR

...view details