ବ୍ରହ୍ମପୁର: ବର୍ତ୍ତମାନ ସାରା ଦେଶରେ ଜାରି ରହିଛି ଲକଡାଉନ । ଏଭଳି ସମୟରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରି ଆସୁଥିବା ଦାଦନ ଶ୍ରମିକମାନେ ନିଜ ଘରକୁ ଯିବା ପାଇଁ ବାହାରିଥିଲେ । କିନ୍ତୁ ଲକଡାଉନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଛି । ଏଥିପାଇଁ ଅନେକ ଦାଦନ ଶ୍ରମିକ ଜାତୀୟ ଏବଂ ରାଜ୍ୟ ରାଜପଥରେ ଚାଲିଚାଲି ଘରକୁ ଫେରୁଛନ୍ତି ।
ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ନିଜ ଜିଲ୍ଲାକୁ ପଠାଉଛି ଗଞ୍ଜାମ ପୋଲିସ - Ganjam police are sending Dadan workers
ବର୍ତ୍ତମାନ ସାରା ଦେଶରେ ଜାରି ରହିଛି ଲକଡାଉନ । କିନ୍ତୁ ଲକଡାଉନ ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ରହିଥିବା ବେଳେ ଅନେକ ଦାଦନ ଶ୍ରମିକ ଜାତୀୟ ଏବଂ ରାଜ୍ୟ ରାଜପଥରେ ଚାଲିଚାଲି ଘରକୁ ଫେରୁଛନ୍ତି । ଏମିତି ସ୍ଥିତିରେ ଗଞ୍ଜାମ ପୋଲିସ ପକ୍ଷରୁ ଏହି ଶ୍ରମିକମାନଙ୍କୁ ଜଳଖିଆ ଖାଇବାକୁ ଦିଆଯିବା ସହ ଘରକୁ ଯିବାର ବ୍ୟବସ୍ଥା କରାଯାଉଛି ।
![ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ନିଜ ଜିଲ୍ଲାକୁ ପଠାଉଛି ଗଞ୍ଜାମ ପୋଲିସ Ganjam police are sending Dadan workers to different areas](https://etvbharatimages.akamaized.net/etvbharat/prod-images/768-512-7239514-777-7239514-1589730481992.jpg)
ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ନିଜ ଜିଲ୍ଲାକୁ ପଠାଉଛି ଗଞ୍ଜାମ ପୋଲିସ
ଏମିତି ସମୟରେ ଗଞ୍ଜାମ ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଶ୍ରମିକମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଘରକୁ ପଠାଉଥିବାର ଦେଖାଯାଇଛି । ବିଶାଖାପାଟନମରୁ ବାହାରିଥିବା ୮ ଜଣ ଶ୍ରମିକ ଏବଂ ଚେନ୍ନାଇରୁ ବାହାରିଥିବା ୫ ଜଣ ଶ୍ରମିକ ନିଜ ଘରକୁ ଫେରୁଥିବା ବେଳେ ହିଞ୍ଜିଳି ଏବଂ ପାଟପୁର ପୋଲିସ ପକ୍ଷରୁ ସେମାନଙ୍କୁ ଜଳଖିଆ ଦିଆଯାଇଥିଲା । ଏଥିସହ ଦୁଇଟି ଗାଡିରେ ସେମାନଙ୍କୁ ଛାଡିବା ପାଇଁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ