ବ୍ରହ୍ମପୁର: ସିକିମରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗଞ୍ଜାମ ଆଠଗଡପାଟଣା ଅଞ୍ଚଳର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ଆସନ୍ତାକାଲି (ମଙ୍ଗଳବାର) ନିଜ ଅଞ୍ଚଳକୁ ଫେରିବ ଯବାନଙ୍କ ମରଶରୀର । ସୂଚନା ଅନୁସାରେ ଗତ ରବିବାର ସିକିମ ନାଥୁଲା ସେକ୍ଟରରେ 4 ଜଣ ଯବାନ ସହ ଏକ ଆଠ ବର୍ଷର ଶିଶୁପୁତ୍ର ସହ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡ଼ ପାଟଣାର ଯଜ୍ଞ ନାରାୟଣ କରଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକେ ।
ଘଟଣାଦିନ ପାଖାପାଖି 9.30ରେ ଆର୍ମି ଗାଡିରେ ଚାରି ସିପାହୀ ଜଣେ ଆଠବର୍ଷର ଶିଶୁ ପୁତ୍ର ଯିବା ସମୟରେ ବରଫରେ ଭାରସାମ୍ୟ ହରାଇ ଗାଡିଟି ପ୍ରାୟ ୮୦୦ ଫୁଟ ତଳକୁ ଖସି ଯାଇଥିଲା । ଘଟଣା ଘଟିବା ପରେ ଆର୍ମି ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ତିନି ଘଣ୍ଟାର ଅପରେସନ ପରେ ସମସ୍ତ ପାଞ୍ଚ ଜଣକୁ ଉଦ୍ଧାର କରି ଆର୍ମି ହସ୍ପିଟାଲକୁ ନିଆଯାଇଥିଲା । ଏହି ଖବର ପ୍ରଥମେ ଯବାନଙ୍କ ସ୍ତ୍ରୀ ପାଇବା ପରେ ଭାଙ୍ଗି ପଡ଼ିଥିଲେ । ଗତ ବର୍ଷ ଯଜ୍ଞ ବାହା ହୋଇଥିଲେ । ଏବେ ତାଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ପାଇ ତାଙ୍କର ସ୍ତ୍ରୀ, ମାଆ, ବାପା ଭାଙ୍ଗି ପଡିଛନ୍ତି ।