ଓଡିଶା

odisha

ETV Bharat / city

ଗଞ୍ଜାମ ଜିଲ୍ଲାସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ: ବଳକା ମାମଲା ଗୁଡିକର ତୁରନ୍ତ ସମାଧାନ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ - vijay amruta kulange

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ସମସ୍ତ କାର୍ଯ୍ୟାଳୟକୁ ୫ଟି ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଅଧିକ ପଢନ୍ତୁ...

ଗଞ୍ଜାମ ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ

By

Published : Sep 16, 2020, 6:24 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନେଇ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟର ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ଜଣାଇଥିଲେ ଯେ, ତହସିଲ କାର୍ଯ୍ୟାଳୟରେ ଯୋଗାଇ ଦିଆଯାଉଥିବା ସମସ୍ତ ସେବାର ଆବେଦନ ପତ୍ର ଗୁଡିକ ହିତାଧିକାରୀଙ୍କଠାରୁ ଗ୍ରହଣ କରନ୍ତୁ, ହିତାଧିକାରୀମାନେ ଯେପରି ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଆସିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

ଯେଉଁଥିରେ ସମସ୍ତ କାର୍ଯ୍ୟାଳୟକୁ ୫ଟି ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏଣୁ ଆବେଦନ ପତ୍ର ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ହେବ । ତହସିଲମାନଙ୍କରେ ଯାହା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଯେପରି ଶତ ପ୍ରତିଶତ ପୂରଣ ହେବ, ସେଥିପ୍ରତି ଗୁରୁତ୍ବ ଦିଅନ୍ତୁ। କେସ ଗୁଡିକର ସମାଧାନ କ୍ଷେତ୍ରରେ ବିଳମ୍ବ କରନ୍ତୁ ନାହିଁ ବୋଲି ତହସିଲଦାରଙ୍କୁ ଅବଗତ କରାଯାଇଛି । ସୈରାତ ରାଜସ୍ବ ଆଦାୟ କ୍ଷେତ୍ରରେ ଉପ ଜିଲ୍ଲାପାଳମାନେ ନିଜ ସ୍ତରରେ ୧୫ ଦିନକୁ ଥରେ ସମୀକ୍ଷା କରି ରାଜସ୍ବ ଯେପରି ବୃଦ୍ଧି ହୋଇପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ରାଜସ୍ବ ବିଭାଗର ସମସ୍ତ ବିଷୟ ନେଇ ସୁବିସ୍ତୃତ ସମୀକ୍ଷା କରିଥିଲେ। ମ୍ୟୁଟେସନ କେସ ଓ ଏଲ ଆର ଆକ୍ଟ, ବସୁନ୍ଧରା ଯୋଜନା, ବନ୍ଦୋବସ୍ତ, ରାଜସ୍ବ ଆଦାୟ ଇତ୍ୟାଦି ସମସ୍ତ ବିଷୟ ନେଇ ସମୀକ୍ଷା କରିବା ସହ ବଳକା ରହିଯାଇଥିବା କେସ ଗୁଡିକ ସମାଧାନ କରିବାକୁ ପ୍ରବର୍ତ୍ତାଇଥିଲେ । ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ରାଜସ୍ବ ଅଧିକାରୀ ବିଜୟାନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details