ଓଡିଶା

odisha

ETV Bharat / city

'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ' - ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ

ଜିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଏହ କୋଭିଡ ସମୟରେ ଉତ୍ତମ ସେବା ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବାକୁ ବୈଠକରେ ନିଷ୍ପତ୍ତି । ଅଧିକ ପଢନ୍ତୁ...

'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ'
'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ'

By

Published : Jul 31, 2021, 6:33 PM IST

ବ୍ରହ୍ମପୁର: କୋଭିଡ ସମୟରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ । ଚଳିତ ବର୍ଷର ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଏଭଳି ବ୍ୟକ୍ତିବିଶେଷଙ୍କୁ ଚୟନ କରାଯାଇ ଜିଲ୍ଲାସ୍ତରୀୟ ଉତ୍ସବରେ ସମ୍ମାନିତ କରାଯିବ । ଏଥିନିମନ୍ତେ ସମସ୍ତ ବିଭାଗର ଅଧିକାରୀମାନଙ୍କ ଠାରୁ ତାଲିକା ସଂଗ୍ରହ କରିବା ପାଇଁ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । କୋଭିଡ ଭଳି ମହାବିପତ୍ତି ସମୟରେ ନିଜ ଜୀବନ ପ୍ରତି ଖାତିର ନକରି ଜିଲ୍ଲାର ଅନେକ ବ୍ୟକ୍ତି ସେବା ପ୍ରଦାନ କରିଛନ୍ତି । ଯାହାକି ଚିରସ୍ମରଣୀୟ ଏବଂ ସେମାନେ ସାଧୁବାଦର ପାତ୍ର । ଏଣୁ ସେମାନଙ୍କୁ ସମ୍ମାନିତ କରାଯିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ବାଧୀନତା ଦିବସ ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।

'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ'

ଗଞ୍ଜାମରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଭି.ସି ମାଧ୍ୟମରେ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଚଳିତ ବର୍ଷ ପୋଲିସ ଦଳଙ୍କ ଦ୍ୱାରା ଅଭିବାଦନ ଗ୍ରହଣ ଏବଂ ପ୍ୟାରେଡ୍ ପରିଚାଳନା କରାଯିବାକୁ ଆଲୋଚନା ହୋଇଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଚଳିତ ବର୍ଷର ପ୍ୟାରେଡରେ ଅଂଶଗ୍ରହଣ କରିବେ ନାହିଁ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତା ଦିବସ ସକାଳ 7 ଟା 30 ମିନିଟ ସମୟରେ ଏବଂ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ 8ଟା ସମୟରେ କୋଭିଡ୍ ନିୟମ ଅନୁପାଳନ କରି ଜାତୀୟ ପତାକା ଉତ୍ତୋଳନ ହେବ । ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଗଣ ଏବଂ ତିନିଜଣ ଛାତ୍ରଛାତ୍ରୀଙ୍କୁ ନେଇ ଜାତୀୟ ସଙ୍ଗୀତ ଗାନ ପୂର୍ବକ ପତାକା ଉତ୍ତୋଳନ କରି ଉତ୍ସବଟିକୁ ପାଳନ କରାଯିବ । ସେହିପରି ଜିଲ୍ଲାସ୍ତରୀୟ ସମାରୋହ ସକାଳ 9ଟା 15 ମିନିଟ ସମୟରେ ଛତ୍ରପୁରସ୍ଥିତ ପୋଲିସ୍ ପ୍ୟାରେଡ୍ ପଡିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଭିବାଦନ ଗ୍ରହଣ ପୂର୍ବକ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରାଯିବ ।

'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ'
'କୋରୋନା କାଳରେ ଉତ୍ତମ ସେବା ଯୋଗାଇଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବ'

ଜନ ପ୍ରତିନିଧି, ସମସ୍ତ ସରକାରୀ କର୍ମଚାରୀ, ଅଧିକାରୀ, ସହରର ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଚଳିତ ବର୍ଷର ପ୍ୟାରେଡ୍ ଅନୁଷ୍ଠିତ ହେବା ଲାଗି ବୈଠକରେ ସ୍ଥିର ହୋଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ପୋଲିସ୍ ପ୍ରଶାସନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର, ରାସ୍ତା ଓ କୋଠାବାଡି ବିଭାଗ, ଅଗ୍ନିଶମ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମ ଦ୍ୱାରା ଚଳିତ ବର୍ଷର ଉତ୍ସବ ପାଳିତ ହେବ । ବୈଠକରେ ପ୍ୟାରେଡ୍‌ ଅଭ୍ୟାସ, ରାମଧୂନ୍, ପ୍ୟାରେଡ୍ ପଡିଆ ଓ ଏହାର ଚତୁଃପାର୍ଶ୍ବ ସଫେଇ, ନିମନ୍ତ୍ରଣ ପତ୍ର ଆବଣ୍ଟନ ସମେତ ଉତ୍ତମ ସେବା ଯୋଗାଇ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ ସମ୍ପର୍କିତ ସବିଶେଷ ଆଲୋଚନା କରାଯାଇଛି ।

ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମାନସ ରଞ୍ଜନ ମହାନ୍ତି, ଡି.ଏସ୍.ପି. ଡି.ଆଇ.ବି. ଅଜୟ କୁମାର ମିଶ୍ର, ସର୍ଜେଣ୍ଟ ସଞ୍ଜୟ କୁମାର ବାରିକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ, ରାସ୍ତା ଓ କୋଠାବାଡି ବିଭାଗର ଭାରପ୍ରାପ୍ତ ଉପଖଣ୍ଡ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ଶତପଥୀ, ଜିଲ୍ଲାଇ-ଗଭର୍ଣ୍ଣାନ୍ସ ପରିଚାଳକ ଗୁରୁ ପ୍ରସାଦ ଦୋରା ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details