ବ୍ରହ୍ମପୁର:ଆଜି ରଙ୍ଗର ପର୍ବ ହୋଲି । ଅବିର ଓ ଫଗୁରେ ରଙ୍ଗୀନ ହେବ ପରିବେଶ । ସେପଟେ କୋରୋନା କର ଲେଉଟି ଥିବାରୁ ଫିକା ପଡିପାରେ ହୋଲି । ସଂକ୍ରମଣକୁ ନଜରରେ ରଖି ଗଞ୍ଜାମ ପ୍ରଶାସନ କଟକଣା ଜାରି କରିଛି ।
ହୋଲି ପାଇଁ ବନ୍ଦ ଗୋପାଳପୁର ବେଳାଭୂମି - ବନ୍ଦ ହେଲା ଗୋପାଳପୁର ବେଳାଭୂମି
ହୋଲିରେ ଗୋପାଳପୁର ବେଳାଭୂମିକୁ ବାରଣ କଲା ପ୍ରଶାସନ । ସଂକ୍ରମଣକୁ ନଜରରେ ରଖି ଗଞ୍ଜାମ ପ୍ରଶାସନ କଟକଣା ଜାରି କରିଛି । ଅଧିକ ପଢନ୍ତୁ...
ହୋଲି ପାଇଁ ବନ୍ଦ ଗୋପାଳପୁର ବେଳାଭୂମି
ହୋଲି ପାଇଁ ଗୋପାଳପୁର ବେଳାଭୂମିରେ ଭିଡ ଜମିଥାଏ । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲାପ୍ରଶାସନ ଜନସାଧାରଣଙ୍କୁ ବେଳଭୂମି ବାରଣ କରାଯାଇଛି । ହୋଲି ପର୍ବ ପାଳିବା ସମୟରେ କୋଭିଡ ପ୍ରୋଟୋକଲକୁ ମାନିବା ସହ କୋରୋନା ସଂକ୍ରମଣ ରୋକିବାକୁ ପ୍ରଶାସନ କହିଛି । ଗୋପାଳପୁର ବେଳାଭୂମିକୁ ବନ୍ଦ ରଖାଯାଇଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ