ବ୍ରହ୍ମପୁର : କିଭଳି ଚାଲିଛି କୋଭିଡ ଚିକିତ୍ସା । ପିପିଇ କିଟ୍ ପିନ୍ଧି ଅଚାନକ କୋଭିଡ ହସ୍ପିଟାଲରେ ପହଞ୍ଚି ଅନୁଧ୍ୟାନ କଲେ ଗଞ୍ଜାମ ଜିଲ୍ଲାପାଳ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ତାଙ୍କ ଟିମ୍ ଅଚାନକ ପିପିଇ କିଟ୍ ପରିଧାନ କରି ପହଞ୍ଚି ଯାଇଛନ୍ତି କୋଭିଡ ହସ୍ପିଟାଲ ପରିସରରେ । ଗୋଟି ଗୋଟି କରି ରୋଗୀଙ୍କୁ ପଚାରୁଛନ୍ତି ଭଲମନ୍ଦ । ଅକ୍ସିଜେନ୍ ଯୋଗାଣ ବ୍ୟବସ୍ଥା କିପରି ରହିଛି ? କିଭଳି ରକ୍ଷଣାବେକ୍ଷଣା ହେଉଛି । ସେ ନେଇ ଏମ୍.କେ.ସି.ଜି ମେଡିକାଲର ଡେଡିକେଟେଡ୍ କୋଭିଡ ହସ୍ପିଟାଲ ପରିସରରେ ପିପିଇ କିଟ୍ ପରିଧାନ ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ।