ଓଡିଶା

odisha

ETV Bharat / city

କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ: PPE KIIT ପିନ୍ଧି ବୁଲିଲେ, ରୋଗୀଙ୍କ ସହ କଥା ହେଲେ

ରାଜ୍ୟରେ ବଢୁଛି ସଂକ୍ରମଣ । କୋରୋନାକୁ ମାତ ଦେବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଏମକେସିଜି କୋଭିଡ ହସପିଟାଲରେ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ : PPE KIIT ପିନ୍ଧି ବୁଲିଲେ ମେଡିକାଲ, ପରଖିଲେ ସ୍ଥିତି
କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ : PPE KIIT ପିନ୍ଧି ବୁଲିଲେ ମେଡିକାଲ, ପରଖିଲେ ସ୍ଥିତି

By

Published : Jan 13, 2022, 7:19 PM IST

ବ୍ରହ୍ମପୁର :ରାଜ୍ୟରେ ବଢୁଛି ସଂକ୍ରମଣ । କୋରୋନାକୁ ମାତ ଦେବା ପାଇଁ ଅଣ୍ଟା ଭିଡିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ସଂକ୍ରମଣର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ସ୍ଥିତିରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଉଛି । ବ୍ରହ୍ମପୁର ସହରର ଏମକେସିଜି ମେଡିକାଲରେ ରହିଥିବା ଡେଡିକେଟ କୋଭିଡ ହସପିଟାଲରେ କିପରି ଚାଲିଛି ରୋଗୀଙ୍କ ଚିକିତ୍ସା । ସେନେଇ ଗଞ୍ଜାମ ଜିଲ୍ଲାପାଳ ତଦାରଖ କରିଛନ୍ତି ।

କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ : PPE KIIT ପିନ୍ଧି ବୁଲିଲେ ମେଡିକାଲ, ପରଖିଲେ ସ୍ଥିତି
କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ : PPE KIIT ପିନ୍ଧି ବୁଲିଲେ ମେଡିକାଲ, ପରଖିଲେ ସ୍ଥିତି

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ବ୍ରହ୍ମପୁର ଏମକେସିଜି ମେଡିକାଲରେ ସ୍ଥିତି ପରଖିବା ପାଇଁ ପହଞ୍ଚିଥିଲେ । କୋଭିଡ ହସପିଟାଲରେ ପିପିଇ କିଟ ପରିଧାନ କରି ମେଡିକାଲ ପରିସରରେ କିପରି କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟସେବା ଚାଲିଛି । ତାହାକୁ ଅନୁଧ୍ୟାନ କରିଥିଲେ । ପୂର୍ବରୁ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଜିଲ୍ଲାପାଳ ଟାଟା କୋଭିଡ ହସପିଟାଲ ଠାରୁ ଆରମ୍ଭ କରି ଏମକେସିଜି ମେଡିକାଲର କୋଭିଡ ହସପିଟାଲକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ ମଧ୍ୟ କରିଥିଲେ ।

କୋଭିଡ ହସପିଟାଲରେ ଗଞ୍ଜାମ ଜିଲ୍ଲାପାଳ : PPE KIIT ପିନ୍ଧି ବୁଲିଲେ ମେଡିକାଲ, ପରଖିଲେ ସ୍ଥିତି

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details