ଓଡିଶା

odisha

ETV Bharat / city

କୋଭିଡ୍‌ କେୟାରରୁ ଭିଡିଓ ଭାଇରାଲ ପରେ କଠୋର ହେଲା ପ୍ରଶାସନ, ବଦଳିଲେ ଫୁଡ୍‌ ଭେଣ୍ଡର

ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟରର ଅବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ପଢନ୍ତୁ...

By

Published : Jul 8, 2020, 7:23 AM IST

କୋଭିଡ୍‌ କେୟାରରୁ ଭିଡିଓ ଭାଇରାଲ ପରେ କଠୋର ହେଲା ପ୍ରଶାସନ, ବଦଳିଲେ ଫୁଡ୍‌ ଭେଣ୍ଡର
କୋଭିଡ୍‌ କେୟାରରୁ ଭିଡିଓ ଭାଇରାଲ ପରେ କଠୋର ହେଲା ପ୍ରଶାସନ, ବଦଳିଲେ ଫୁଡ୍‌ ଭେଣ୍ଡର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟରର ଅବ୍ୟବସ୍ଥା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରାଲ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ବିଶେଷକରି ପାରଳା ମହାରାଜା କୋଭିଡ କେୟାର ସେଣ୍ଟରରେ ଖାଦ୍ୟକୁ ନେଇ ଅଭିଯୋଗ ହୋଇଥିବାରୁ ଫୁଡ୍‌ ଭେଣ୍ଡରକୁ ବଦଳାଯାଇ ନୂତନ ଭେଣ୍ଡରକୁ ଦାୟିତ୍ବ ଦିଆଯାଇଛି । ଏହାସହ ପୁରାତନ ଭେଣ୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୋଭିଡ୍‌ କେୟାରରୁ ଭିଡିଓ ଭାଇରାଲ ପରେ କଠୋର ହେଲା ପ୍ରଶାସନ, ବଦଳିଲେ ଫୁଡ୍‌ ଭେଣ୍ଡର

ଏହାସହ ସେଠାକାର ପରିମଳ ବ୍ୟବସ୍ଥାର ସଫେଇକରଣ ପାଇଁ ଦେଖାଦେଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଆବଶ୍ୟକିୟ କର୍ମଚାରୀ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ ପାରଳା ମହାରାଜା କୋଭିଡ କେୟାର, ହିଞ୍ଜିଳି ଏବଂ ଭଞ୍ଜନଗରରେ ଯେପରି ସଠିକ୍ ଭାବରେ ଖାଦ୍ୟ ସହିତ ପରିମଳ ଏବଂ ଚିକିତ୍ସା ଯୋଗାଇ ଦିଆଯିବ ସେଥିଲାଗି ଧ୍ୟାନ ଦିଆଯାଉଛି । ଯେଉଁଥିପାଇଁ ନିୟମିତ ଭାବେ କୋରୋନା ଆକ୍ରାନ୍ତ ବ୍ୟକ୍ତିବିଶେଷଙ୍କୁ ଫୋନ୍ କରାଯାଇ ସେମାନଙ୍କ ମତାମତ ଏବଂ ତାହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପ୍ରତି ଗୁରୁତ୍ବ ଦିଆଯାଉଥିବା ସେ କହିଛନ୍ତି ।

ଏଥିପାଇଁ ଜିଲ୍ଲାର ତିନି ଜଣ ବରିଷ୍ଠ ଅଧିକାରୀ ଡେପୁଟି କଲେକ୍ଟର, ଜିଲ୍ଲା କ୍ରୀଡା ଅଧିକାରୀ ଏବଂ ଜିଲ୍ଲା ସ୍ପଳ୍ପ ସଞ୍ଚୟ ଅଧିକାରୀଙ୍କୁ ଏହାର ସମ୍ପୂର୍ଣ୍ଣ ତଦାରଖ କରିବାକୁ ଦାୟିତ୍ବ ଦିଆଯାଇଛି । ଅଧିକାରୀମାନେ 10 ଜଣ କର୍ମଚାରୀଙ୍କୁ ନେଇ ଏଭଳି କାର୍ଯ୍ୟ 24 ଘଣ୍ଟିଆ ଜାରି ରଖିବେ ବୋଲି କୁହାଯାଇଛି ।

ଏପରିକି ଆକ୍ରାନ୍ତଙ୍କୁ ଡାକ୍ତର ଆସୁଛନ୍ତି କି ନାହିଁ, ସେଠାରେ ସାନିଟାଇଜେନସ୍ ବ୍ୟବସ୍ଥା କିଭଳି ରହିଛି, ଖାଇବାକୁ କିଭଳି ମିଳୁଛି ତାହାକୁ ପର୍ଯ୍ୟାୟକ୍ରମେ ପଚାରିବୁଝିବା ପାଇଁ ବ୍ୟବସ୍ଥା ହୋଇଥିବା କହିଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details