ଓଡିଶା

odisha

By

Published : Nov 21, 2019, 10:44 PM IST

ETV Bharat / city

4ଟି ଅଭିଯାନରେ ସ୍ବାସ୍ଥ୍ୟସେବା ସୁଦୃଢ କରିବ ଗଞ୍ଜାମ ଜିଲ୍ଲା

ଗଞ୍ଜାମ ଜିଲ୍ଲାରେ ‘ମୋ ଗେହ୍ଲା ଝିଅ’ ଠାରୁ ଆରମ୍ଭ କରି ‘ନିର୍ଭୟା କଢି’, ‘ମୋ ସଚେତନ’ ଏବଂ ‘ମୋ ହସ୍ପିଟାଲ ମୋ ଗର୍ବ’ ଭଳି ଚାରୋଟି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାରେ ବ୍ୟାପକ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଏହାକୁ ଜିଲ୍ଲାବ୍ୟାପୀ କରାଯାଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନତା କରିବା ମୁଖ୍ୟ ଲକ୍ଷ୍ୟ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ‘ମୋ ଗେହ୍ଲା ଝିଅ’ ଠାରୁ ଆରମ୍ଭ କରି ‘ନିର୍ଭୟା କଢି ’,‘ମୋ ସଚେତନ’ ଏବଂ ‘ମୋ ହସପିଟାଲ ମୋ ଗର୍ବ’ ଭଳି ଚାରୋଟି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାରେ ମିଳିତ ଭାବରେ ଆୟୋଜିତ କରାଯାଇଛି । ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ଏହାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବ୍ରହ୍ମପୁର

ସ୍ଥାନୀୟ ଆଇ.ଏ.ସି ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ , ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡାଙ୍କ ସମେତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହିଥିଲେ । ମୁଖ୍ୟତଃ ଜିଲ୍ଲାରେ ପୁଅ ଓ ଝିଅ ମଧ୍ୟରେ ପାର୍ଥକ୍ୟ ନରଖି ପ୍ରତ୍ୟେକ ପରିବାର ସୁଚିନ୍ତିତ ମତ ପ୍ରତିପୋଷଣ କରି କନ୍ୟା ଭ୍ରୂଣ ହତ୍ୟା ନକରିବା ପାଇଁ ଆହ୍ବାନ କରାଯାଇଛି । ‘ମୋ ଗେହ୍ଲା ଝିଅ’ ପାଳିତ କରାଯାଉଥିବା ବେଳେ ଏହି ଅବସରରେ କନ୍ୟାରତ୍ନ ଓ ମାଆ ମାନଙ୍କୁ ସମ୍ମାନ ଜଣାଇ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି ବାଲ୍ୟ ବିବାହ ପ୍ରଥାକୁ ନେଇ ସଚେତନ କରାଇବା ସହ କମ ବୟସରେ ବିବାହ କଲେ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ନିର୍ଭୟା କଢୀକୁ ମାଧ୍ୟମରେ କିଶୋରୀ ବାଳିକାମାନଙ୍କୁ ଶପଥ ପାଠ କରାଯାଇଛି ।

ଜିଲ୍ଲାରେ ଗୁଣି ଗାରେଡି ଠାରୁ ଦୂରେଇ ରହିବା ପାଇଁ ମୋ ସଚେତନ କାର୍ଯ୍ୟକ୍ରମ କରାଯିବା ସହ ପ୍ରତ୍ୟେକ ସରକାରୀ ହସ୍ପିଟାଲରେ ଜନସାଧାରଣଙ୍କ ସହଭାଗିତାକୁ ଆହ୍ବାନ କରି ମୋ ହସପିଟାଲ୍ ମୋ ଗର୍ବ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହାକୁ ଜିଲ୍ଲାବ୍ୟାପୀ କରାଯାଇ ଲୋକଙ୍କୁ ଅଧିକରୁ ଅଧିକ ସଚେତନତା କରିବା ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ସହିତ ଏହାର ଉପକଣ୍ଠ ସ୍ତରୀୟ ଏବଂ ପଞ୍ଚାୟତ ସ୍ତରରେ ମଧ୍ୟ ଆୟୋଜିତ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details