ଓଡିଶା

odisha

By

Published : Nov 10, 2019, 11:18 PM IST

ETV Bharat / city

ଅଚାନକ ଏମକେସିଜି ପରିଦର୍ଶନରେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଗସ୍ତ ସମୟରେ ମେଡିକାଲ ପରିସରରେ ଥିବା ବିଭିନ୍ନ ବିଭାଗର କାର୍ଯ୍ୟକୁ ଯାଞ୍ଚ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ 'ମୋ ସରକାର' କାର୍ଯ୍ୟକ୍ରମ ଆଧାରରେ 5ଟି ସଚିବ ଓ ତାଙ୍କ ଟିମ୍ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଘନଘନ ଗସ୍ତ କରୁଛନ୍ତି । ଏହି କ୍ରମରେ ରବିବାର ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଚାନକ ପହଞ୍ଚିଥିଲେ ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ଗସ୍ତ ସମୟରେ ସେ ମେଡିକାଲ ପରିସରରେ ଥିବା ବିଭିନ୍ନ ବିଭାଗର ପରିଦର୍ଶନ କରିଥିଲେ ।

ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା, ଏକ୍ସ-ରେ ଠାରୁ ଆରମ୍ଭ କରି ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଯାଞ୍ଚ କରିଥିଲେ ଜିଲ୍ଲାପାଳ ଅମୃତା । ଏଥିସହିତ ହସ୍ପିଟାଲରେ କେଉଁ ଉନ୍ନୟନମୂଳକ କାର୍ଯ୍ୟର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବା ସହ ମେଡିକାଲର ଡାକ୍ତର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ପ୍ରକାଶ ଯେ, ପୂର୍ବରୁ ବିଭିନ୍ନ ସମୟରେ ଏମକେସିଜି ମେଡିକାଲକୁ ବ୍ରହ୍ମପୁର ସାଂସଦ ଓ ସ୍ଥାନୀୟ ବିଧାୟକ, ବ୍ରହ୍ମପୁର ଏସପିଙ୍କ ସମେତ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଗସ୍ତ କରିଛନ୍ତି। ସେମାନେ ମଧ୍ୟ ତାଙ୍କ ପରିଦର୍ଶନ ବେଳେ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥାକୁ ଅନୁଧ୍ୟାନ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details