ଓଡିଶା

odisha

ETV Bharat / city

ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ ଶୁଭ୍ରାନ୍ତ - ଶୁଭ୍ରାନ୍ତ ପାତ୍ର

ଅଲ ଓଡିଶା ସିନିୟର ସନ୍ତରଣ ପ୍ରତିଯୋଗିତା ଶେଷ ହୋଇଛି । ଏଥିରେ ବ୍ୟକ୍ତିଗତ ବର୍ଗରେ ଶୁଭ୍ରାନ୍ତ ପାତ୍ର ୫ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଅଧିକ ପଢନ୍ତୁ

ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ ଶୁଭ୍ରାନ୍ତ
ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ ଶୁଭ୍ରାନ୍ତ

By

Published : Aug 26, 2022, 11:37 AM IST

Updated : Aug 26, 2022, 2:12 PM IST

ବହ୍ମପୁର:ରାଜଧାନୀ ଭୁବନେଶ୍ବରରେ ଅଲ୍‌ ଓଡିଶା ସିନିୟର ସନ୍ତରଣ ପ୍ରତିଯୋଗିତା ଶେଷ ହୋଇଛି । ଏଥିରେ ବ୍ୟକ୍ତିଗତ ବର୍ଗରେ ଶୁଭ୍ରାନ୍ତ ପାତ୍ର ୫ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ସଫଳତା ପାଇଁ ସେ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ । ଓଡ଼ିଶା ରାଜ୍ୟ ସନ୍ତରଣ ସଙ୍ଘ ଓ ରାଜ୍ୟ କ୍ରୀଡା ଯୁବ ସେବା ବିଭାଗର ମିଳିତ ସହଯୋଗରେ କଳିଙ୍ଗ ଷ୍ଟାଡିୟମରେ ଗତ ୨୩ ଓ ୨୪ ତାରିଖରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ସନ୍ତରଣଗାରରେ ୨୬ ତମ ରାଜ୍ୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବେ ଶୁଭ୍ରାନ୍ତ

ଗଞ୍ଜାମ ଜିଲ୍ଲାରୁ ମୋଟ ୯ ଜଣ ପୁରୁଷ ଅଲ ଓଡିଶା ସନ୍ତରଣ ପ୍ରତିଯୋଗୀ ଭାଗ ନେଇଥିଲେ । କେ.ଏମ୍.ପି ସ୍ପୋର୍ଟସ ଏକାଡେମୀର ଅଧ୍ୟକ୍ଷ ଓ ଜିଲ୍ଲା ସନ୍ତରଣ ଆୟୋଜକ କେ ମନୋଜ ପ୍ରଧାନଙ୍କ ନେତୃତ୍ଵରେ ଜିଲ୍ଲାରୁ ଚୟନ ହୋଇ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏଥିରୁ ଗଞ୍ଜାମ ଜିଲ୍ଲାକୁ ଶୁଭ୍ରାନ୍ତ ପାତ୍ର ବ୍ୟକ୍ତିଗତ ବର୍ଗରେ ୫ଟି ସ୍ଵର୍ଣ୍ଣ ପଦକ ହାସଲ କରି ରାଜ୍ୟର ଶ୍ରେଷ୍ଠ ପୁରୁଷ ସନ୍ତରଣ ଭାବେ ବିବେଚିତ ହୋଇଛନ୍ତି ।

ସେହିପରି ପୂର୍ଣ୍ଣଚନ୍ଦ୍ର ସେଠୀ ପାରା ପୁରୁଷ ବର୍ଗରେ ଦୁଇଟି କାଂସ୍ୟ ପଦକ ହାସଲ କରିଥିବାବେଳେ, ତିରୁପତି ରେଡ୍ଡୀ, ଗଣେଶ ମହାରଣା, ଅଶୁଂମାନ ଦାସ, ରିତେଶ କୁମାର ସାହୁ, ଦୀପକ ବେହେରା, ଦୀପକ ସ୍ବାଇଁ, ସଞ୍ଜୟ ବେହେରା, ଭଲ ପ୍ରଦର୍ଶନ କରିଛନ୍ତି ବୋଲି କୋଚ୍ ଇ ଲଳିତ କୁମାର ଓ ବାସୁ ନାୟକ କହିଛନ୍ତି ।

ଏହା ବି ପଢନ୍ତୁ...Legends League Cricket, ବାରବାଟୀ ମ୍ୟାଚ୍‌ରେ କମିବ ଟିକେଟ ମୂଲ୍ୟ

ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିବା ହେତୁ ଗଞ୍ଜାମ ଜିଲ୍ଲାର ଜିଲ୍ଲା ଆଥଲେଟିକ ସଂଘର ସମ୍ପାଦକ ଅଶୋକ କୁମାର ସାହୁ ଶୁଭେଛା ଜଣାଇଛନ୍ତି । ଜିଲ୍ଲାର ବିଭିନ୍ନ ସ୍ତରରୁ ସଫଳ ଖେଳାଳିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଆସନ୍ତା ସେପ୍ଟେମ୍ବର ୬ ରୁ ୧୦ ଆସାମର ଗୌହାଟୀରେ ହେବାକୁ ଯାଉଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଶୁଭ୍ରାନ୍ତ ପାତ୍ର ଭାଗ ନେବେ ।

ଭୁବନେଶ୍ବରରେ ଆୟୋଜିତ ୬୨ତମ ଅଲ୍‌ ଓଡିଶା ସିନିୟର ସନ୍ତରଣ ପ୍ରତିଯୋଗିତାରେ ଭୁବନେଶ୍ବର ୩୦୮ ପଏଣ୍ଟ ପାଇ ଦଳଗତ ଚମ୍ପିଆନ ଏବଂ ସମ୍ବଲପୁର ୨୦୦ପଏଣ୍ଟରେ ରନର୍ସଅପ୍‌ ହୋଇଛି । ମହିଳା ବର୍ଗରେ ସ୍ରିଷ୍ଟି ଉପାଧ୍ୟାୟ ୪ଟି ପଦକ ଜିତିଥିଲେ । ଏହି ଚମ୍ପିଅନସିପରୁ ଶ୍ରେଷ୍ଠ ୧୨ ଜଣ (୬ ପୁରୁଷ, ୬ ମହିଳା) ଗୌହାଟୀରେ ହେବାକୁ ଥିବା ଜାତୀୟ ସିନିୟର ଆକ୍ବାଟିକ ଚାମ୍ପିଅନସପି ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Aug 26, 2022, 2:12 PM IST

ABOUT THE AUTHOR

...view details