ଓଡିଶା

odisha

ETV Bharat / city

ମାସେ ଯାଏଁ ଚାଲିବ ‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’ - ganjam administration meeting

ଅକ୍ଟୋବର ମାସ ତମାମ ଜିଲ୍ଲାରେ ଜାରି ରହିବ ସ୍ୱଚ୍ଛତା ଅଭିଯାନ । ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ପ୍ରଥମ ଓ ଦ୍ବିତୀୟ ଦିନରେ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ମାସେ ଯାଏଁ ଚାଲିବ ‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’
ମାସେ ଯାଏଁ ଚାଲିବ ‘ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ’

By

Published : Oct 1, 2021, 8:27 AM IST

ବ୍ରହ୍ମପୁର:ଅକ୍ଟୋବର ମାସ ତମାମ ଗଞ୍ଜାମ ଜିଲ୍ଲାରେ ଚାଲିବ ସ୍ୱଚ୍ଛତା ଅଭିଯାନ । ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଆସନ୍ତା ଅକ୍ଟୋବର ପ୍ରଥମ ଓ ଦ୍ବିତୀୟ ଦିନରେ ଅନୁଷ୍ଠିତ ହେବ । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ । “ମୋ ସ୍ୱାଭିମାନ ସ୍ବଚ୍ଛ ଗଞ୍ଜାମ” ସ୍ଲୋଗାନ ନେଇ ସାମୁହିକ ପରିଷ୍କାର ଓ ପରିଚ୍ଛନ୍ନତା ସହିତ କଠିନ ଏବଂ ତରଳ ବର୍ଯ୍ୟବସ୍ତୁର ପ୍ରଭାବଶାଳୀ ପରିଚାଳନା ଆଭିମୁଖ୍ୟ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି ।

ଏହି ସ୍ବଚ୍ଛତା କାର୍ଯ୍ୟକ୍ରମର ସଫଳ ରୂପାୟନ ଦିଗରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ସାମୁହିକ ପରିଷ୍କାର କରିବା । ଏବଂ ଏହାର ପରିଚାଳନା ଦିଗରେ ସମସ୍ତ ନାଗରିକ ମାନଙ୍କର ଭୂମିକା ରହିଥିବା ନେଇ ଜିଲ୍ଲାପାଳ ଅବଗତ କରାଇଛନ୍ତି । ଏହି ସଚେତନତା କାର୍ଯ୍ୟକୁ ବ୍ୟାପକ କରିବା ସହିତ ଲୋକ ପ୍ରତିନିଧି ମାନଙ୍କୁ ଏଥିରେ ସାମିଲ୍ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗୁରୁତ୍ବାରୋପ କରିଥିଲେ । ସଫେଇ କାର୍ଯ୍ୟକଳାପକୁ ନିୟମିତ ଅଭ୍ୟାସରେ ପରିଣତ କରିବା । ତେବେ ଯାଇ ସମ୍ପୁର୍ଣ୍ଣ ରୂପେ ପରିମଳ ବ୍ୟବସ୍ଥାର ସୁ ପରିଚାଳନା ହୋଇପାରିବ ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀମାନେ ନିଜ ନିଜ ବ୍ଲକ , ଗ୍ରାମ ପଞ୍ଚାୟତରେ ଜନ ଅଭିଯାନ ଆୟୋଜନ କରିବେ । ସେମାନେ ଜଳଉତ୍ସ ଗୁଡିକ ଚିହ୍ନଟ କରି ସେଗୁଡିକର ସଫେଇ ଦିଗରେ ପଦକ୍ଷେପ ଗ୍ରହଣ କରିବେ । ସମସ୍ତ ପୋଖରୀ ନିଶ୍ଚିତ ଭାବେ ପ୍ଲାଷ୍ଟିକ ଓ ତୃଣମୁକ୍ତ ରହିବ ସେ ଦିଗରେ ଦୃଷ୍ଟି ଦେବେ । ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗ୍ରାମ ପଞ୍ଚାୟତ ସ୍ତରର ଅଂଶଗ୍ରହଣକାରୀମାନେ ଏହାର ଏକ ଅଂଶ ଭାବେ ଉତ୍ସାହିତ ହୋଇ କାର୍ଯ୍ୟ କରିବା ନେଇ ପରାମର୍ଶ ଦେଇଥିଲେ । ଏ ଅଭିଯାନରେ ଯୋଗ ଦେଇ ନିଜର ଶ୍ରମଦାନ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସମସ୍ତ ବାୟୋ-ଡିଗ୍ରେଡେବଲ୍ ବର୍ଜବସ୍ତୁକୁ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳର ନିକଟତମ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର (ଏମସିସି)କୁ ପରିବହନ କରାଯିବ । ଗ୍ରାମ ପଞ୍ଚାୟତ ଦ୍ବାରା ସଂଗୃହୀତ ଅଣ ବାୟୋ-ଡିଗ୍ରିଡେବଲ୍‌ ବର୍ଜ୍ୟବସ୍ତୁ (ପ୍ଲାଷ୍ଟିକ, ପଲିଥନ୍ ଇତ୍ୟାଦି)କୁ ପରିବହନ କରି ବ୍ଲକର ଗୋଟିଏ ସ୍ଥାନରେ ଜମା କରାଯିବ ।

ସେହିପରି ସହରାଞ୍ଚଳରୁ ସଂଗୃହୀତ ପ୍ଲାଷ୍ଟିକ ଗୁଡିକୁ ପୂର୍ବରୁ ଚିହ୍ନିତ ହୋଇଥିବା ସିମେଣ୍ଟ କାରାଖାନାରେ ବିକ୍ରି ହେବ । ଓଡିଆ ଭାଷାରେ ବାର୍ତ୍ତା ବ୍ଲକ ଦ୍ୱାରା ପ୍ରସ୍ତୁତ କରାଯାଇ ପ୍ରଚାର ଓ ପ୍ରସାର କରାଯିବ । ଅଭିଯାନ ସମୟରେ ସ୍ବେଚ୍ଛାସେବୀ ମାନଙ୍କୁ ମାସ୍କ, ଗ୍ଲୋବସ୍ ଏବଂ ସାନିଟାଇଜର ଯୋଗାଇ ଦିଆଯିବ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପରାମର୍ଶ ଦିଆଯାଇଛି । ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ , ବ୍ରହ୍ମପୁର ମହାନଗର ନିଗମ କମିଶନର , ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ , ବ୍ରହ୍ମପୁର ଉପଜିଲ୍ଲାପାଳ, ଭଞ୍ଜନଗର ଉପଜିଲ୍ଲାପାଳ, ଛତ୍ରପୁର ଉପଜିଲ୍ଲାପାଳଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details