ବ୍ରହ୍ମପୁର:ଫିଲ୍ମ ଷ୍ଟାଇଲରେ ଅନ୍ତଃ ରାଜ୍ୟକୁ ଚାଲାଣ ହେଉଥିଲା ଗଞ୍ଜେଇ । କାବୁ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । କଣ୍ଟେନରର ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ କନିଷି ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଗାଡ଼ିକୁ ଜବତ କରିଛି ।
ସୂଚନାଅନୁସାରେ, କୌଣସି ଏକ ସୁତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ମାନେ ଏହି କଣ୍ଟେନରକୁ ଖଲ୍ଲିକୋଟ ନିକଟରୁ ପିଛା କରିବା ପରେ ଏହାକୁ କନିଷି ନିକଟରେ ଅଟକାଇ ତଲାସି କରିବା ସମୟରେ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଦେଖିଥିଲେ । ଏହାପରେ ଗୁଇନ୍ଦା ବିଭାଗର ଇନିସପେକ୍ଟର ଗୀତାଞ୍ଜଳି ସାହୁ ଓ ହୃଦୟ ଚନ୍ଦ୍ର ସାମନ୍ତ, ଏସ୍.ଆଇ ସୁଦର୍ଶନ ବିଷୋୟୀଙ୍କୁ ନେଇ ଗଠିତ ଟିମ୍ ୧୬୦ କିଲୋଗ୍ରାମର ଗଞ୍ଜେଇ ଜବତ କରିଥିଲେ । ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଥିବା ବେଳେ ଜବତ କଣ୍ଟେନରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କାରୁ ଅଧିକା ହେବା ନେଇ ସୂଚନା ଦିଆଯାଇଛି ।