ବ୍ରହ୍ମପୁର: ସ୍ବତନ୍ତ୍ରତା ପାଇଁ ପୂରା ଭାରତବର୍ଷ ଗସ୍ତ କରିଥିବା ବାପୁ 7 ଥର ଓଡିଶା ଆସିଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସରେ ପ୍ରଥମ ଥର ଓଡିଶା ମାଟିରେ ପାଦ ରଖିଖିଲେ । ଏହି ସମୟରେ ବାପୁ ବ୍ରହ୍ମପୁର ବି ଆସିଥିଲେ । ଏଠାରେ ସେ 3ଦିନ ରହିଥିଲେ ।
ଗାନ୍ଧୀ @150: ବ୍ରହ୍ମପୁରର ଏହି ଘରେ 3ଦିନ ରହିଥିଲେ ବାପୁ - 150ତମ ଗାନ୍ଧୀ ଜୟନ୍ତୀ
ବାପୁଙ୍କ ପ୍ରଥମ ଓଡିଶା ଗସ୍ତ ବେଳେ ବ୍ରହ୍ମପୁରର ସେ 3 ଦିନ ରହିଥିଲେ । ଏଠାରେ ସେ ଯାହା ଘରେ ଅବସ୍ଥାନ କରିଥିଲେ ତାଙ୍କ ଠାରୁ ସେଦିନର ସ୍ମୃତିକୁ ସାଉଁଟିଛନ୍ତି ଆମ ସମ୍ବାଦଦାତା ।
ମାର୍ଚ୍ଚ ୨୭ ରୁ ୨୯ ପର୍ଯ୍ୟନ୍ତ ସହରର ପୁରୁଣା ଆମ୍ବ ମାର୍କେଟ ସମ୍ମୁଖରେ ଥିବା ବରିଷ୍ଠ ଆଇନଜୀବୀ ସ୍ବର୍ଗତ ମଧୁସୂଦନ ପାଣିଗ୍ରାହୀଙ୍କ ଘରେ ସେ ଅବସ୍ଥାନ କରିଥିଲେ । ଗାନ୍ଧୀଙ୍କ 3ଦିନ ରହଣୀ ମଧ୍ୟରେ ଏଠାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିଲା । ଏହି ଅଭୁଲା ଦିନକୁ ଆଜି ବି ସ୍ମରଣ କରୁଛନ୍ତି ରେଶମ ସହର ବାସିନ୍ଦା। ସହରର ଏହି ସ୍ଥାନ କୁ ମଧୁ ମନ୍ଦିର କୁହାଯାଉଛି । ଏ ନେଇ ସ୍ବର୍ଗତ ପାଣିଗ୍ରାହୀଙ୍କ ସୁପୁତ୍ର ତଥା ଗଞ୍ଜାମ ଓକିଲ ସଙ୍ଘର ସଭାପତି ରବି ପାଣିଗ୍ରାହୀଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ