ଓଡିଶା

odisha

ETV Bharat / city

ଗାଁ ସାଥିଙ୍କ ପ୍ରତିବାଦ; ଘେରାଉ କଲେ ଜିଲ୍ଲାପାଳ କାର୍ଯ୍ୟାଳୟ - ପ୍ରତିବାଦ

ଗାଁ ସାଥିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର କଲେ ପ୍ରଦାନ । ଅଧିକ ପଢନ୍ତୁ...

ଗାଁ ସାଥିଙ୍କ ପ୍ରତିବାଦ ; ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ
ଗାଁ ସାଥିଙ୍କ ପ୍ରତିବାଦ ; ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

By

Published : Sep 2, 2021, 7:27 AM IST

ବ୍ରହ୍ମପୁର: ଗାଁ ସାଥିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅଣଦେଖା ପ୍ରତିବାଦରେ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଗାଁ ସାଥିଙ୍କ ପ୍ରତି ସରକାରଙ୍କ ଭିନ୍ନ ଭିନ୍ନ ତିନୋଟି ପତ୍ର ମାଧ୍ୟମରେ କରାଯାଇଥିବା ଅବିଚାରକୁ ପ୍ରତିବାଦ କରାଯାଇଛି । ଏନେଇ ପ୍ରତିବାଦ କରିବା ସହିତ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାସହ ସମସ୍ତ ମନରେଗା କାର୍ଯ୍ୟ ଗୁଡିକୁ ଯେପରି ମହିଳା ସଂଘ ମାନଙ୍କ ହାତକୁ ଟେକି ଦିଆଯାଉଛି ତାହାକୁ ବିରୋଧ କରିଛନ୍ତି ସଂଘର କର୍ମକର୍ତ୍ତା l

ଗାଁ ସାଥିଙ୍କ ପ୍ରତିବାଦ ; ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ଗତ ୨୦୦୮ ମସିହାରୁ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା ଗାଁ ସାଥୀମାନେ ପ୍ରତ୍ୟେକ କାର୍ଯ୍ୟ କରି ଆସୁଥିବା ବେଳେ କିପରି ସରକାର ସେମାନଙ୍କ ପେଟକୁ ଲାତ ମାରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି l ଏଣୁ ସରକାର ତୁରନ୍ତ ସେହି ତିନୋଟି ଚିଠିକୁ ପ୍ରତ୍ୟାହାର କରିବା ସହ ବାର୍ଷିକ ଶହେ ଦିନ ନିଶ୍ଚିତ କର୍ମ ଯୋଗାଇବାକୁ ଗାଁ ସାଥି (ମେଟ)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଞ୍ଜାମ ଶାଖା ପକ୍ଷରୁ ଦାବି କରାଯାଇଛି l ରାଜ୍ୟରେ ଏନ୍.ଆର୍.ଇ.ଜି.ଏସ୍ ଯୋଜନାର ସଫଳ ରୂପାୟନ କରିବା ପାଇଁ ସରକାର ଗତ ୨୦୦୮ରେ ବହୁଳ ପ୍ରଚାରିତ ଗାଁ ସାଥି ଯୋଜନା କରିଥିବା ବେଳେ ସବୁ ସ୍ଥାନରେ ଶିକ୍ଷିତ ଯୁବକ/ଯୁବତୀ ମାନଙ୍କୁ ଗାଁ ସାଥି ଭାବେ ନିଯୁକ୍ତି ଦିଆଯାଇଥିଲା । ଗାଁ ସାଥି ମାନଙ୍କ ଉଦ୍ୟମରେ ଗଞ୍ଜାମ ଜିଲ୍ଲା ମନରେଗାରେ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଥମ ସ୍ଥାନ ପାଇପାରିଥିଲା ।

ଗାଁ ସାଥୀମାନଙ୍କ ପ୍ରଚେଷ୍ଟା ପାଇଁ ଜିଲ୍ଲାରେ ଲୋକଙ୍କୁ ଶହେ ଦିନର କାମ ଯୋଗାଉଥିବା ଏହି ଶିକ୍ଷିତ ଯୁବକ/ଯୁବତୀ ମାନେ ନିଜେ କେବେ ବି ଶହେ ଦିନ କାମ ପାଇନଥିବା କହିଛନ୍ତି l ଏମାନେ କୌଣସି ନିର୍ଦ୍ଧିଷ୍ଟ ଦରମା ପାଉନଥିବା ବେଳେ ଦୈନିକ ଅଣ କୁଶଳୀ ମଜୁରୀ ପାଇଥାନ୍ତି । ଏଭଳି ସ୍ଥଳେ ନିଜ ଜୀବନର ଯୁବାବସ୍ଥାର ସମୟ ବିନିଯୋଗ କରିଥିବା ଗାଁ ସାଥିଙ୍କୁ ସ୍ଥାୟୀ ଦରମା ପ୍ରଦାନ କରିବା ପରିବର୍ତ୍ତେ ତିନୋଟି ପତ୍ର ଦେଖି ନିରାଶ ହୋଇଛନ୍ତି ସଂଘର କର୍ମକର୍ତ୍ତା ।

ଏହି ତିନୋଟି ଦାବିକୁ ଗୁରୁତ୍ୱ ନଦେଲେ ଆସନ୍ତା ୭ ତାରିଖ ଦିନ ବିଧାନସଭା ଆଗରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ରବିନ୍ଦ୍ର ନାଥ ଗୌଡ, ସମ୍ପାଦକ ସୁଧାଂଶୁ ଶେଖର ଶତପଥି, କୋଷାଧ୍ୟକ୍ଷଙ୍କ ସମେତ ଜିଲ୍ଲା ଓ ରାଜ୍ୟ ସଂଘର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ABOUT THE AUTHOR

...view details