ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନରେ ଯୁବପିଢିଙ୍କ କ୍ରେଜ ଦେଖିବାକୁ ମିଳିଥିବା ପୌର ଲଢେଇରେ ମଧ୍ୟ ଯୁବ ଚେହେରା ସାମିଲ ହୋଇଛନ୍ତି । ମହାନଗର ନିଗମର ମେୟର ପଦବୀ ପାଇଁ ଆମ୍ ଆଦମୀ ପାର୍ଟିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଏମ୍.ବି.ଏ ପାଠ ପଢୁଥିବା ଛାତ୍ରୀ ସି.ପ୍ରିୟଙ୍କା । ଆପର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ମଡେଲକୁ ବ୍ରହ୍ମପୁରରେ କାର୍ଯ୍ୟକାରୀ କରିବା ସହ ସହରରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବିଷୟକୁ ଗୁରୁତ୍ୱ ଦେବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ସହରର ବିକାଶ ପାଇଁ ଅନେକ ସ୍ୱପ୍ନ ଦେଖିଥିବା ସେ କହିଛନ୍ତି ।
ଆମ୍ ଆଦମୀ ପାର୍ଟିରୁ ମେୟର ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସି.ପ୍ରିୟଙ୍କା - berhampur app mayor candidate c priyanka
ପଞ୍ଚାୟତ ନିର୍ବାଚନରେ ଯୁବ ପିଢିଙ୍କ କ୍ରେଜ ଦେଖିବାକୁ ମିଳିଥିବା ପୌର ଲଢେଇରେ ମଧ୍ୟ ଯୁବ ଚେହେରା ସାମିଲ ହୋଇଛନ୍ତି । ମହାନଗର ନିଗମର ମେୟର ପଦବୀ ପାଇଁ ଆମ୍ ଆଦମୀ ପାର୍ଟିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି MBA ପାଠ ପଢୁଥିବା ଛାତ୍ରୀ । ଅଧିକ ପଢନ୍ତୁ
ଆମ୍ ଆଦମୀରୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସି.ପ୍ରିୟଙ୍କା
ଆମ୍ ଆଦମୀରୁ ମେୟର ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ସି.ପ୍ରିୟଙ୍କା
ସେପଟେ ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଠ ଜଣ ପ୍ରାର୍ଥୀ ଓ ପ୍ରାର୍ଥୀନୀ କର୍ପୋରେଟର ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ଦିନରେ ମୋଟ ୪୬ ଜଣ ପ୍ରାର୍ଥୀ ଫର୍ମ ନେଇଥିବା ବେଳେ ଏଥିରେ ୪୪ ଜଣ କର୍ପୋରେଟର ଏବଂ ଦୁଇ ଜଣ ମେୟର ପଦବୀ ପାଇଁ ଫର୍ମ ନେଇଥିବା ଜଣାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ