ଓଡିଶା

odisha

By

Published : Feb 26, 2020, 11:20 PM IST

ETV Bharat / city

ନଅ ଦିନ ପରେ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ନଅ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତଦେହ ବ୍ୟବଚ୍ଛେଦ କରି ଘଟଣାର ଛାନବିନ କରୁଛି ପୋଲିସ । ଅଧିକ ପଢନ୍ତୁ...

woman suspect death
ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଚାଷ ଜମିରୁ ଉଦ୍ଧାର ହେଲା ଗତ ନଅ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଗ୍ରାମରେ । ମୃତ ମହିଳା ଜଣଙ୍କ ହେଲେ ପଳାସପୁର ଗ୍ରାମର ଅମୂଲ୍ୟ ସାହୁଙ୍କ ପତ୍ନୀ ନମିତା ସାହୁ (୪୬)।

ନିଖୋଜ ଥିବା ମହିଳାଙ୍କ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗତ ଫେବୃଆରୀ ୧୮ ତାରିଖ ଦିନ ସକାଳ ୫ଟା ସମୟରୁ ନିଖୋଜ ଥିଲେ । ପରିବାର ଲୋକଙ୍କ ବହୁ ଖୋଜାଖୋଜି ପରେ ମଧ୍ୟ କୈାଣସି ସନ୍ଧାନ ମିଳିନଥିଲା ନମିତାଙ୍କର । ହେଲେ ବୁଧବାର ମହିଳାଙ୍କ ଗଳିତ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ପରିବାର ଓ ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ପରେ ହିଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ପୋଲିସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details