ବ୍ରହ୍ମପୁର:ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ମୃତକ ବ୍ରହ୍ମପୁର ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରଦୀପ ସ୍କୁଟି ଯୋଗେ ଯାଉଥିବାବେଳେ ସୁକୁଣ୍ଡା ନିକଟସ୍ଥ ମୁଖ୍ୟ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା । ଦୁର୍ବୃତ୍ତମାନେ ଏକ ଖଣ୍ଡା ଏବଂ ଘର ତିଆରିରେ ବ୍ୟବହୃତ ଗଜବାଡିରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।