ଓଡିଶା

odisha

ETV Bharat / city

ଚାଲିଥିଲା IPL ବେଟିଂ, 5 ଜଣକୁ ଗିରଫ କଲା ପୋଲିସ - ବ୍ରହ୍ମପୁର ଆଇପିଏଲ ବେଟିଂ

ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ବ୍ୟବସାୟ । ବ୍ରହ୍ମପୁର ପୋଲିସ ହାତରେ ଧରାପଡିଛନ୍ତି ଅନଲାଇନ୍ ବେଟିଂ ଗ୍ୟାଙ୍ଗର ପାଞ୍ଚ ସଦସ୍ୟ । ଅଧିକ ପଢନ୍ତୁ

ଚାଲିଥିଲା ଆଇପିଏଲ ବେଟିଂ, 5ଜଣକୁ ବାନ୍ଧିଲା ପୋଲିସ
ଚାଲିଥିଲା ଆଇପିଏଲ ବେଟିଂ, 5ଜଣକୁ ବାନ୍ଧିଲା ପୋଲିସ

By

Published : May 18, 2022, 9:39 AM IST

ବ୍ରହ୍ମପୁର: ବିନା ପରିଶ୍ରମରେ ଟଙ୍କା ଉପାର୍ଜନର ଲୋଭ ଦେଖାଇ ସଟ୍ଟା ବ୍ୟବସାୟୀ କରୁଛି ବ୍ୟବସାୟ । ବ୍ରହ୍ମପୁର ପୋଲିସ ହାତରେ ଧରାପଡିଛନ୍ତି ଅନଲାଇନ୍ ବେଟିଂ ଗ୍ୟାଙ୍ଗର ପାଞ୍ଚ ସଦସ୍ୟ । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଥାନା ପୋଲିସ ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିବାରେ ସକ୍ଷମ ହୋଇଛି ।

ଚାଲିଥିଲା ଆଇପିଏଲ ବେଟିଂ, 5ଜଣକୁ ବାନ୍ଧିଲା ପୋଲିସ

ସୂଚନାଅନୁସାରେ, ଅନଲାଇନ୍ ଆପ୍ ମାଧ୍ୟମରେ ଏହି ଗ୍ୟାଙ୍ଗ୍ ବିଭିନ୍ନ ବୁକିଙ୍କ ନିକଟକୁ ଆଇପିଏଲ ମ୍ୟାଚ୍ ସମୟରେ ଲିଙ୍କ ପଠାଇ ବ୍ୟାଟିଂ କରି ଆସୁଥିବା ଖବର ପାଇ ବ୍ରହ୍ମପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘୋଷାଣି ନୂଆଗାଁ ଥାନା ଅଞ୍ଚଳରେ ଚଢାଉ କରିଥିଲା । ୫ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୫୬ହଜାର ନଅ ଶହ ଟଙ୍କା ସମେତ ୨୦୩ .୯୬ ଗ୍ରାମ ସୁନା ଅଳଙ୍କାର ଏବଂ ୯ ଗୋଟି ମୋବାଇଲ୍ ଫୋନ୍ ସମେତ ଏକ ଦାମୀ କାରକୁ ଜବତ କରିଛି ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ସହର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷିହାଟ ଅଞ୍ଚଳର ଅଣ୍ଡାଦିପୁ ଓରଫ ଦିପୁ ନାୟକ ଏବଂ କନିଷି ଅଞ୍ଚଳର କୁଟୁ ରାଉତ, ଅଶ୍ୱିନୀ କୁମାର ପାତ୍ର ଓ ଗୋପିନାଥ ମହାରଣା ସମେତ କବିସୂର୍ଯ୍ୟନଗର ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ । ଏପରିକି ଏହି ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ଦିପୁ ନାୟକ ଓରଫ ଅଣ୍ଡା ଦିପୁ ମଧ୍ୟ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ବ୍ରହ୍ମପୁର ଏସ୍.ପି ଶ୍ରବଣ ବିବେକ ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details