ବ୍ରହ୍ମପୁର:ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବିଭାଗକୁ ସଫଳତା । ୧୨୦ ଲିଟରରୁ ଉର୍ଦ୍ଧ୍ୱ ବେଆଇନ ବିଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ । ବ୍ରହ୍ମପୁର ସହରରେ ପାର୍ବଣ ସମୟରେ ନକଲି ବିଦେଶୀ ମଦ କାରବାର ବୃଦ୍ଧି ପାଇଥିବା ବେଳେ ଗତକାଲି ଡେଗାପଦର ଅଞ୍ଚଳ ଦେଇ ମଦ ଚାଲାଣ ହେଉଥିବା ଖବର ପାଇଥିଲା ଅବକାରୀ ବିଭାଗ । ଏନେଇ ଏକ ଟିମ୍ ଚଢାଉ କରି ୫ ଜଣ ଅଭିଯୁକ୍ତଙ୍କ ସହ ୭୭୨ଟି ମଦ ବୋତଲ, ଗୋଟିଏ ଅଟୋ ରିକ୍ସା, ଦୁଇଟି ମୋଟର ସାଇକେଲକ ଓ ୧୨୦ ଲିଟରରୁ ଉର୍ଦ୍ଧ୍ୱ ବିଦେଶୀ ମଦ ଜବତ କରାଯାଇଛି । ତେବେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୋଚାପଡା ଅଞ୍ଚଳର ହରି ସାହୁ ଫେରାର ହୋଇଯାଇଥିବା ପୋଲିସ ତରଫରୁ ସୂଚନା ମିଳିଛି ।
120 ଲିଟରରୁ ଉର୍ଦ୍ଧ୍ବ ନକଲି ବିଦେଶୀ ମଦ ଜବତ, ୫ ଗିରଫ - ପାର୍ବଣ
୧୨୦ ଲିଟରରୁ ଉର୍ଦ୍ଧ୍ୱ ବେଆଇନ ବିଦେଶୀ ମଦ ଜବତ କରିବା ସହ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ...
ବେଆଇନ ମଦ କାରବାରରେ ୫ ଗିରଫ
ମୁଖ୍ୟତଃ ଏହି ନକଲି ମଦ ପ୍ରସ୍ତୁତ କରିବା ପାଇଁ କଲିକତାରୁ ବିଭିନ୍ନ ସାମଗ୍ରୀ ଆଣି ଏହାକୁ ପ୍ରସ୍ତୁତ କରାଯାଉଥିବା ବିଭାଗ ପକ୍ଷରୁ ତଦନ୍ତ ସମୟରେ ସ୍ପଷ୍ଟ ହୋଇଛି । ତେବେ ପୂର୍ବରୁ ଏହାର ମୁଖ୍ୟ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରୁ ଫେରିବା ପରେ ପୁଣି ନିଜର କାରବାର କରୁଥିବା କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ