ବ୍ରହ୍ମପୁର: ସୁରତରେ ଅଗ୍ନିକାଣ୍ଡ ପରେ ଅଗ୍ନିଶମ ବିଭାଗକୁ ଚେତା ପଶିଛି । ବ୍ରହ୍ମପୁର ସହରରେ ରହିଥିବା ୧୦ଟି ପ୍ରମୁଖ କୋଚିଙ୍ଗ୍ ସେଣ୍ଟରରେ ଏକ ସଙ୍ଗେ ଅନୁଧ୍ୟାନ କରିଛି ବିଭାଗ । ଅଗ୍ନି ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ନିଆଁ ଲାଗିଲେ ତାହାକୁ କିପରି ଲିଭା ଯାଇପାରିବ, ସେ ନେଇ ବିଦ୍ୟାର୍ଥୀଙ୍କୁ ସଚେତନତା କରାଯାଇଛି ।
ଅଗ୍ନିଶମ ବିଭାଗର ଆଇ.ଜି ରାଜେଶ କୁମାରଙ୍କ ଉପସ୍ଥିତିରେ ୧୦ଟି ଟିମ୍ ବିଭିନ୍ନ କୋଚିଙ୍ଗ୍ ସେଣ୍ଟରରେ ପହଞ୍ଚି ସେଠାରେ ନିଆଁ ଲାଗିବାର କାରଣ ସହିତ ନିଆଁ ଲାଗିଲେ କିଭଳି ନିଆଁକୁ ଆୟତ୍ତ କରାଯାଇ ପାରିବ ଏବଂ ନିଆଁ ଲାଗିବା ମାତ୍ରେ ଭୟଭୀତ ନହୋଇ ନିକଟସ୍ଥ କେନ୍ଦ୍ରକୁ ସୂଚନା ଦେବା ସହ ସୁରକ୍ଷିତ ଭାବରେ କିଭଳି ପ୍ରତ୍ୟେକ ବିଦ୍ୟାର୍ଥୀ ବାହାରକୁ ଆସିପାରିବେ, ସେ ନେଇ ତାଲିମ ପ୍ରଦାନ କରିଛନ୍ତି ।