ଓଡିଶା

odisha

By

Published : Sep 15, 2021, 9:47 PM IST

ETV Bharat / city

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା

କୋଭିଡ ସମୟରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲାର ସାତ ଜଣ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ପ୍ରଦାନ । ଅଧିକ ପଢନ୍ତୁ...

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା
କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା

ବ୍ରହ୍ମପୁର:ଅନେକ କର୍ତ୍ତବ୍ୟରତ ସାମ୍ବାଦିକ ଭୂତାଣୁ ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ତେଣୁ ଏହି ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ଗଞ୍ଜାମ ଜିଲ୍ଲାର ସାତ ଦିବଙ୍ଗତ ସାମ୍ବାଦିକଙ୍କ ପରିବାର ବର୍ଗଙ୍କୁ ସହାୟତା ରାଶି ଦେଇଛି ଜିଲ୍ଲା ପ୍ରଶାସନ । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ କ୍ରମେ ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୫ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ।

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦିତ ଏହି ରାଶି ଦିବଙ୍ଗତ ସାମ୍ବାଦିକ ପରିବାର ବର୍ଗଙ୍କ ପାଇଁ ସହାୟକ ହୋଇପାରିବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି । ଓଡିଶାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓଡିଶା ସରକାରଙ୍କ ଦ୍ବାରା ପ୍ରଦତ୍ତ ହୋଇଥିବା 1 କୋଟି 5 ଲକ୍ଷ ଅନୁଦାନ ରାଶି ଆଜି ପ୍ରଦାନ କରାଯାଇଥିବା ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସୂଚନା ଦେଇଛନ୍ତି ।

କୋଭିଡରେ ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ ସହାୟତା

ଗତ କୋରୋନା ସମୟରେ ଓଡିଶା ଏକ୍ସପ୍ରେସର କୁକୁଡାଖଣ୍ଡି ବ୍ଲକ ସାମ୍ବାଦିକ ଗୋବିନ୍ଦ ବେହେରାଙ୍କ ପିତା ଆଦିକନ୍ଦ ବେହେରା, ବ୍ରହ୍ମପୁର ଓଡିଶା ଫାଇଲ୍ସର ସମ୍ପାଦକ ନରେଶ କୁମାର ବେହେରାଙ୍କ ପତ୍ନୀ ସୁମନ ଦାସ, ବାଲିପଦର ବ୍ଳକର କଳିଙ୍ଗ ଜ୍ୟୋତିର ସାମ୍ବାଦିକ ରତ୍ନାକର ମହାରଣାଙ୍କ ପତ୍ନୀ ନୟନୀ ମହାରଣା, ବ୍ରହ୍ମପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ପ୍ରଦୀପ କିଶୋର ସାହୁଙ୍କ ପତ୍ନୀ ମାନସୀ ସାହୁ, ପୋଲସରା ସମାଜର ସମ୍ବାଦଦାତା କିଶୋର ଚନ୍ଦ୍ର ଦାସଙ୍କ ପତ୍ନୀ ସୁଦେଷ୍ଟା ଦାସ, ଶେରଗଡ ଅନୁପମ ଭାରତର ସାମ୍ବାଦିକ କରୁଣାକର ସାହୁଙ୍କ ପତ୍ନୀ ସୁମନ ସାହୁ, ହିଞ୍ଜିଳିକାଟୁ ବ୍ଳକର ସାମ୍ବାଦିକ ନିଳୟ ରଞ୍ଜନ ପଟ୍ଟନାୟକଙ୍କ ପତ୍ନୀ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଁଏ ସହାୟତା ରାଶି ପ୍ରଦାନ କରାଯାଇଛି ।

ଏହି ଅର୍ଥ ରାଶି ପ୍ରଦାନ ସମୟରେ ସେମାନଙ୍କ ପରିବାରର ସଦସ୍ୟ ଏବଂ ଜିଲ୍ଲାର ସାମ୍ବାଦିକଗଣ ଉପସ୍ଥିତ ରହିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଏହି ରାଶି ପ୍ରଦାନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଶ୍ୟାମଘନ ପାତ୍ର, ଏମ ଶ୍ରାବନ୍ଧୀ, ରାଜାକ୍ ହୁସେନ୍, କିରଣ କୁମାର ପଲାଇ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details