ବ୍ରହ୍ମପୁର:ପିକଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା । ଦୁଇ ମୃତ ,ଦୁଇ ଗୁରୁତର । ଏଭଳି ଏକ ଘଟଣା ଘଟିଛି ବ୍ରହ୍ମପୁର ସହର ଉପକଣ୍ଠ ନାରାୟଣପୁର ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ । ଲାଞ୍ଜିଆ ଗ୍ରାମରୁ ଭୋଜି ଖାଇ ଏକ ମୋଟର ସାଇକେଲ ଯୋଗେ ସିଦ୍ଧେଶ୍ବର ଗ୍ରାମକୁ ଗୋଟିଏ ପରିବାରର ବାପା, ମା, ପୁଅ ଓ ଝିଅ ଫେରୁଥିବା ସମୟରେ ନାରାୟଣପୁର ଗ୍ରାମ ନିକଟରେ ଏକ ପିକ୍ ଅପ ଆସି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାପା ଓ ପୁଅର ମୃତ୍ୟୁ ଘଟିଥିବା ବେଳେ ମାଆ ଓ ଝିଅ ଦୁହେଁ ଗୁରୁତର ହୋଇଥିଲେ ।
2 ମୃତକ ହେଉଛନ୍ତି ସିଦ୍ଧେଶ୍ବର ଗ୍ରାମର ୩୮ ବର୍ଷୀୟ ବାବୁଲା ସାହୁ ଏବଂ ତାଙ୍କ ପାଞ୍ଚ ବର୍ଷର ପୁଅ ରିତେଶ ସାହୁ । ମୃତ ବାବୁଲାଙ୍କ ପତ୍ନୀ ସଙ୍ଗୀତା ଏବଂ ସାତ ବର୍ଷୀୟ ଝିଅ ରେଶମାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ କୁ ପଠାଯାଇଥିଲା । ଘଟଣାସ୍ଥଳ ରେ ଗ୍ରାମବାସୀ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ରାସ୍ତା ଉପରେ ଉଭୟ ବାପା ପୁଅର ମଡତ ଦେହକୁ ରଖି ରାସ୍ତା ଅବରୋଧ କରିଥିଲେ ।