ଓଡିଶା

odisha

By

Published : Mar 14, 2021, 9:47 AM IST

ETV Bharat / city

କୃଷକ ଅଧିକାର ଯାତ୍ରାକୁ ବ୍ରହ୍ମପୁର ସହରରେ ଭବ୍ୟ ସମ୍ବର୍ଦ୍ଧନା

ବ୍ରହ୍ମପୁର ସହରରେ କୃଷକ ଅଧିକାର ଯାତ୍ରାକୁ ସ୍ବାଗତ କରାଯାଇଛି । ମାର୍ଚ୍ଚ 12ରେ ରାଜଧାନୀ ଭୁବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରି ଯାତ୍ରା ଆରମ୍ଭ କରିଥିଲେ । ଅଧିକ ପଢନ୍ତୁ...

କୃଷକ ଅଧିକାର ଯାତ୍ରା
କୃଷକ ଅଧିକାର ଯାତ୍ରା

ବ୍ରହ୍ମପୁର :କୃଷକ ଅଧିକାର ଯାତ୍ରାକୁ ବ୍ରହ୍ମପୁର ସହରରେ ସ୍ବାଗତ କରାଯାଇଛି ।ସଂଯୁକ୍ତ କୃଷକ ମୋର୍ଚ୍ଚା ଓ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି,ଓଡିଶା ପକ୍ଷରୁ କୃଷକର ଅଧିକାର ସଂଘର୍ଷକୁ ଆଗକୁ ନେବା ପାଇଁ ମାର୍ଚ୍ଚ 12ରୁ ଭୁବନେଶ୍ୱର ମହାତ୍ମାଗାନ୍ଧୀ ପାର୍କରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା । ଏହି ଯାତ୍ରା ମାର୍ଚ୍ଚ 23 ପର୍ଯ୍ୟନ୍ତ ଚାଲିବ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଯାତ୍ରାକୁ ସ୍ବାଗତ କରାଯାଇଛି । ସହର ଉପକଣ୍ଠ ଆଙ୍କୁଲି ବାଇପାସ ଦେଇ ବ୍ରହ୍ମପୁର ସହରରେ ଏହି ଯାତ୍ରାକୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହିତ ବାଇକ ଶୋଭାଯାତ୍ରାରେ ସହର ପରିକ୍ରମା କରାଇ ରାମଲିଙ୍ଗମ ପାର୍କ ସମ୍ମୁଖରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । କେନ୍ଦ୍ର ସରକାର ପ୍ରଣୟନ କରିଥିବା କୃଷକ ବିରୋଧୀ ତିନୋଟି କଳା କୃଷି ଆଇନ ପ୍ରାଇଭେଟ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ( ସଂଶୋଧନ) ଆଇନ-୨୦୨୦ କୁ ରଦ୍ଦ କରିବା, କୃଷିଜାତ ଦ୍ରବ୍ୟର ଏମ ଏସ ପିକୁ ଆଇନଗତ ମାନ୍ୟତା, ଟୋକନ ପାଇଥିବା ସମସ୍ତ ଚାଷୀର ଧାନକୁ ଏମ ଏସ ପି ପ୍ରଦାନ କରି ତୁରନ୍ତ ସଂଗ୍ରହ କରିବା, ଧାନ କୁଇଣ୍ଟାଲ ପ୍ରତି ୩୦୦୦ ଟଙ୍କା ଏମ ଏସ ପି ଧାର୍ଯ୍ୟ କରିବା, ମଣ୍ଡି ବ୍ୟବସ୍ଥାକୁ ସୁଦୃଢ, ସୁରକ୍ଷିତ ଏବଂ ବ୍ୟବସ୍ଥିତ କରିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଓ ସୁରକ୍ଷା ଆଇନ, ଆଦିବାସୀ ଓ ପାରମ୍ପାରିକ ବନବାସୀ ମାନଙ୍କର ଉତ୍ପାଦିତ ଏବଂ ସଂଗୃହିତ ସମସ୍ତ କୃଷିଜାତ ସାମଗ୍ରୀ ଏବଂ ଲଘୁ ବନଜାତ ସାମଗ୍ରୀ ଗୁଡିକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ କରିବା ଦାବିରେ ସମସ୍ତେ ଏକ ହୋଇ ସଂଘର୍ଷ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ନ୍ୟାସନାଲ ଆଲିଆନସ୍ ଅଫ ପିପୁଲସ୍ ମୁଭମେଣ୍ଟର ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କୃଷକ ସଭା ଶଶୀ ଭୂଷଣ ସ୍ୱାଇଁ, ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ୱୟ ସମିତିର ଲିଙ୍ଗରାଜ, ଓଡିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଅଲ ଇଣ୍ଡିଆ କ୍ରାନ୍ତିକାରୀ କିଷାନ ସଭା ଶଙ୍କର ସାହୁ, ଏ.ଆଇ.କେ.ଏମ୍.ଏସ୍ ର ଶ୍ରୀକାନ୍ତ ମହାନ୍ତି, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମ୍ ନରେନ୍ଦ୍ର ମହାନ୍ତି, ଅଲ ଇଣ୍ଡିଆ କୃଷକ କ୍ଷେତ ମଜଦୂର ସଂଙ୍ଗଠନର ସୋମନାଥ ବେହେରା, ନିରଞ୍ଜନ ମହାନ୍ତି, ଅଖିଳ ଭାରତ କୃଷକ ମହାସଭା ସର୍ବେଶ୍ୱର ଭାରତ ଆଦି ସଭାରେ ବକ୍ତବ୍ୟ ରଖିଥିଲେ । ଏତଦ୍ ବ୍ୟତୀତ ଓଡିଶା କୃଷକ ସଭାର ଜମେଶ୍ୱର ସାମନ୍ତରାୟ ଓ ଅଭିରାମ ବେହେରା, AIKMKSର ନିରାକାର ନାୟକ, AIKMS କୃଶନାଥ ପ୍ରଧାନ, AIKS ରାମଚନ୍ଦ୍ର ମୁଦୁଲି, CMSSP ରବିଚନ୍ଦ୍ର ପ୍ରଧାନ ଆଦି ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଏହା ପରେ ଗଜପତି ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛି କୃଷକ ସଂଙ୍ଗଠନ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details