ଓଡିଶା

odisha

By

Published : Jan 7, 2020, 8:57 PM IST

ETV Bharat / city

ମଣ୍ଡି ପରେ ଧାନଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା

ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଧାନ ଗାଡିଭଡାର କୋଟି କୋଟି ଟଙ୍କା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି। ଏହି ଦାବି ନେଇ ସୂର୍ଯ୍ୟସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ଅଧିକ ଖବର ପଢନ୍ତୁ...

ମଣ୍ଡି ପରେ ଧାନ ଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା
ମଣ୍ଡି ପରେ ଧାନ ଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ଧାନ ଗାଡିଭଡାର କୋଟି କୋଟି ଟଙ୍କା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବି। ଏହି ଦାବି ନେଇ ସୂର୍ଯ୍ୟସେନା ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । ବ୍ଲକର ପ୍ରଶାସନିକ ଅଧିକାରୀ ମାନେ ଚାଷୀଙ୍କୁ ମଣ୍ଡିରୁ ମିଲକୁ ଧାନ ନେବା ପାଇଁ ଗାଡି ଭଡା ଦେଉନଥିବା ଅଭିଯୋଗ ହୋଇଛି ।

ମଣ୍ଡି ପରେ ଧାନ ଗାଡି ଭଡା ଚିନ୍ତା; କୋଟି କୋଟିର ଦୁର୍ନୀତି ବାସ୍ନା

ମାତ୍ର ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସରକାରୀ ଅଧିକାରୀ ଘଟଣାକୁ ଗୁରୁତ୍ବ ଦେଉନଥିବାରୁ ଶେଷରେ ଏପରି ପ୍ରତିବାଦ କରାଯାଇଛି। ଏହାକୁ ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳ, ଜିଲ୍ଲା ଯୋଗାଣ ନିରୀକ୍ଷକ, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, କୃଷି ବିଭାଗଙ୍କୁ ଅବଗତ କରାଯାଇଛି।

ଏହାର ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଗତ ତିନିବର୍ଷ ଧରି ଚାଷୀଙ୍କୁ ଉକ୍ତ ଅର୍ଥ ପ୍ରଦାନ କରାଯାଇ ନଥିବାରୁ ତୁରନ୍ତ ଏଥିପ୍ରତି ତଦନ୍ତ କରିବା ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ସୂର୍ଯ୍ୟ ସେନାର ରାଜ୍ୟ ସଭାପତି ବଳରାମ ବାବା , ଚନ୍ଦନ ମହାରଣାଙ୍କ ସମେତ କୁକୁଡାଖଣ୍ଡି ବ୍ଲକର ବହୁ ଚାଷୀ ଯୋଗ ଦେଇଥିଲେ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details