ଓଡିଶା

odisha

ETV Bharat / city

୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ୍ୟୁ - ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ୍ୟୁ

ଗପହଣ୍ଡି ବ୍ଲକ ବି .ତୁରୁବୁଡି ପଞ୍ଚାୟତ ଚାଷ ଜମିକୁ ପାଣି ମଡାଇବା ପାଇଁ ଯାଇଥିବାବେଳେ ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ୍ୟୁ ।ଅଧିକ ଜାଣନ୍ତୁ...

farmer-death-due-to-electric-shock-in-digapahandi
୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ୍ୟୁ

By

Published : Jun 18, 2020, 4:05 AM IST

ବ୍ରହ୍ମପୁର: ବିଦ୍ୟୁତ ଆଘାତରେ ଚାଷୀ ମୃତ୍ୟୁ। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଦଶିପୁର ଗ୍ରାମରେ । ଦିଗପହଣ୍ଡି ବ୍ଲକ ବି .ତୁରୁବୁଡି ପଞ୍ଚାୟତ ଦଶିପୁର ଗ୍ରାମର ପ୍ରାୟ ୬୦ ବର୍ଷୀୟ ରାଜୁ ସାହୁ ନାମକ ଜଣେ ଚାଷୀ ବୁଧବାର ନିଜ ଚାଷଜମିରେ କାର୍ଯ୍ୟ କରୁଥିବା ସମୟରେ ୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି ।

୧୧ କେ.ଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଷୀ ମୃତ୍ୟୁ

ସୂଚନାନୁଯାୟୀ ମୃତ ରାଜୁ ନିଜ ଚାଷ ଜମିକୁ ପାଣି ମଡାଇବା ପାଇଁ ଯାଇଥିବା ସମୟରେ ପୂର୍ବରୁ ଉକ୍ତ ଚାଷ ଜମି ଉପରେ ଯାଇଥିବା କେ.ଭି ଲାଇନ ଗତକାଲିର ପବନ ସହ ବର୍ଷାର ମାତ୍ରା ଅଧିକ ହୋଇଥିବାରୁ ପାଣି ଜମି ରହିଥିଲା । ହେଲେ ଚାଷୀ ଜଣକ ଏହା ଜାଣି ନପାରି ବିଲକୁ ଯିବା ମାତ୍ରେ ସେହି ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ବହୁ ଜୋରରେ ପାଟି କରିଥିବା ବେଳେ ତାଙ୍କ ଶରୀରର ପିଠି ଓ ଅଣ୍ଟାର ଅର୍ଦ୍ଧାଧିକ ଭାଗ ଜଳିଯାଇଥିଲା। ତାଙ୍କ ପାଟିଶୁଣି ଆଖପାଖ ଜମିରେ କାମ କରୁଥିବା ଅନ୍ୟ କେତେକ ଚାଷୀ ଦୌଡିଯାଇ ବିଦ୍ୟୁତ୍ ତାର ଠାରୁ କିଛି ଦୂରରେ ପଡିରହିଥିବା ରାଜୁଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର କରିଥିଲେ। ପରେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଦିଗପହଣ୍ଡି ଥାନା ପୋଲିସ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବାସହ ଏକ ଅପମୃତ୍ୟୁ ମାମଲା ରୁଜ କରିଛି । ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ମୃତଦେହବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details